ରିପେୟାରିଂ ପାଇଁ ଦୋକାନରେ ରଖାଯାଇଥିବା ପ୍ରାୟ ୨୦ଟି ମୋବାଇଲ ଫୋନ୍ ସହ ଅନ୍ୟାନ୍ୟ ଆକ୍ସେସରିଜ୍ ଓ ସରଞ୍ଜାମ ଚୋରି ହୋଇଛି । ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି । ,
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଧୀନ କରଞ୍ଜିଆରେ ମୋବାଇଲ ରିପେୟାରିଂ ଦୋକାନରୁ ଲୁଟ୍ । ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ଫୋନ୍ ଓ ଆକ୍ସେସରିଜ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ଗତ ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୃତ୍ତ ଦୋକାନର ତାଲା ଭାଙ୍ଗି ଏହି ଲୁଟ୍ କରିଥିବା ଜଣାପଡ଼ିଛି । ଚୋରି ସମୟର ସମସ୍ତ ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପ୍ରାୟ ୩ ମିନିଟ୍ ମଧ୍ୟରେ ଦୁର୍ବୃତ୍ତମାନେ ଦୋକାନରୁ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ । ଦୋକାନୀ ରାଜେଶ ପଣ୍ଡାଙ୍କ ଅଭିଯୋଗ ଅନୁସାରେ, ରିପେୟାରିଂ ପାଇଁ ଦୋକାନରେ ରଖାଯାଇଥିବା ପ୍ରାୟ ୨୦ଟି ମୋବାଇଲ ଫୋନ୍ ସହ ଅନ୍ୟାନ୍ୟ ଆକ୍ସେସରିଜ୍ ଓ ସରଞ୍ଜାମ ଚୋରି ହୋଇଛି । ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି ।
ଅଭିଯୋଗ ପରେ ଚମ୍ପୁଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ୍ ଆଧାରରେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ସହ ଖୋଜାଖୋଜି ଜାରି ରହିଛି ।
ଚର୍ଚ୍ଚା tv












