ସୁବାଷ ମହାନ୍ତି/ ବାଲେଶ୍ୱର
ବାଲେଶ୍ୱର ଜିଲ୍ଲା ସୋର ମୁନିସିପାଲିଟିର ୬ କାଉନସିଲରଙ୍କ ପଦ ରଦ୍ଦ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଦଳ ବଦଳ ଆଇନ ଅନୁସାରେ ନିର୍ବାଚନ କମିଶନ ଏଭଳି ରାୟ ଶୁଣାଇଛନ୍ତି।ପଦ ହରାଇଥିବା କାଉନସିଲର ମାନେ ହେଲେ
୧ନଂ ଓ୍ବାର୍ଡ କାଉନସିଲର ଉର୍ମିଳା ରାଉତ,୨ନଂୱ।ର୍ଡ କାଉନସିଲର ଶ୍ରୀମତୀ ରୀନାରାଣୀ ସେଠୀ,୩ନଂ ୱ।ର୍ଡ କାଉନସିଲର ଶ୍ରୀମତୀସସ୍ମିତା ଦାସ,୮ନଂ ୱ।ର୍ଡ କାଉନସିଲର ପବିତ୍ର ସେଠୀ,୯ନଂ ୱ।ର୍ଡ କାଉନସିଲର ରଞନ କୁମାର ଦାସ ଓ ୧୪ନଂ ୱ।ର୍ଡ କାଉନସିଲର ଶ୍ରୀମତୀ ତନୟାରାଣୀ ମହାପାତ୍ର।
ଦଳ ବଦଳ ଆଇନର ଉଲଘଂନ ହେତୁ ସୋର ମୁନିସିପାଲିଟିର ୬ଜଣ କାଉନସିଲଙ୍କ ପଦବୀ ରଦ୍ଦ ହୋଇଥିବା ସୂଚନା।୦୩.୦୬.୨୪ ରେ ବିଜେପିର ନଳିନୀକାନ୍ତ ମହାପାତ୍ରଙ୍କ ଅଭିଯୋଗ କ୍ରମେ ନିର୍ବାଚନ କମିଶନ ଦଳବଦଳ ଆଇନ ବଳରେ ବିଚାର କରି ଏହି ୬ ଜଣ କାଉନସିଲରଙ୍କ ପଦ ରଦ୍ଦ କରିଛନ୍ତି।ଉକ୍ତ ୬ ଜଣ ବିଜେପି ଟିକେଟରେ ୨୪.୦୩.୨୨ ରେ ହୋଇଥିବା ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଶ୍ରୀମତୀ ସସ୍ମିତା ଦାସ ବର୍ତ୍ତମାନ ସୋର ମୁନିସିପାଲିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ।ସୂଚନା ଯୋଗ୍ୟ ଯେ ସୋର ମୁନିସିପାଲିଟିରେ ମୋଟ ୧୯ ଜଣ କାଉନସିଲର ଅଛନ୍ତି।ସେମାନଙ୍କ ମଧ୍ୟରୁ ୧୨ ଜଣ ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ। ଏହି କାଉନସିଲର ମାନେ ଗତ ୧୯.୦୫.୨୪ ରେ ବିଜେପି ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ଏ ଭଳି ଏକ ଘଟଣା ସୋର ମ୍ୟୁନିସପାଲିଟି ଅଂଚଳରେ ଚର୍ଚ୍ଚାର କେ୍ଦ୍ରବିନ୍ଦୁ ପାଲଟିଛି। ତେବେ ପରବର୍ତ୍ତି ଅବସ୍ଥାରେ ଏହି କାଉନସିଲର ମାନେ କୋର୍ଟର ଦ୍ବାରସ୍ଥ ହେବେ କି ନାହିଁ ତାହା ଆଗାମୀ ଦିନରେ ଜଣା ପଡିବ।
ସୋର ମୁନିସିପାଲିଟିର ୬ କାଉନସିଲରଙ୍କ ପଦ ରଦ୍ଦ
By Charcha News












