ସାମ୍ବାଦିକ: ପ୍ରଶାନ୍ତ ରାଉଳ
କୋଲକାତା
କୋଚବିହାର ସୀମାନ୍ତରେ ବିଏସ୍ଏଫ୍ର ବଡ଼ ସଫଳତା। ୧୩୮ ବାଟାଲିୟନ ବିଏସ୍ଏଫ୍ ଚୋରା ଚାଲାଣ ସମୟରେ ଚୋରା ଚାଲାଣକାରୀଙ୍କଠାରୁ ପ୍ରାୟ ୫ କିଲୋଗ୍ରାମ ସୁନା ଉଦ୍ଧାର କରିଛି। ଆଜି, ବିଏସ୍ଏଫ୍ର ଗୌହାଟୀ ଫ୍ରଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି ଯେ ରବିବାର ରାତିରେ ଦିନହାଟାର ସୀମାନ୍ତ ଗ୍ରାମ ଚୌଧୁରୀହାଟର ଝିକ୍ରି ସୀମାରେ ଚୋରା ଚାଲାଣ ସମୟରେ ବିଏସ୍ଏଫ୍ ପ୍ରାୟ ୫ କିଲୋ ୧୭ ଗ୍ରାମ ଓଜନର ୪୩ଟି ସୁନା ବିସ୍କୁଟ ଜବତ କରିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ପାଞ୍ଚ କୋଟି ଟଙ୍କା। ତେବେ, ଏହି ଘଟଣାରେ କାହାକୁ ଅଟକ କିମ୍ବା ଗିରଫ କରାଯାଇଛି କି ନାହିଁ ତାହା ଜଣାଯାଇ ନାହିଁ।
ସ୍ଲଗ: ରାଜ୍ୟ ପଶ୍ଚିମବଙ୍ଗର କୋଚବିହାର ସୀମାନ୍ତରେ ବିଏସ୍ଏଫ୍ର ବଡ ସଫଳତା
By Charcha News











