ରବିନ୍ଦ୍ର ନାଥ ମହାପାତ୍ର
ବ୍ରହ୍ମଲିନ ସ୍ୱାମୀଜୀ ବିଦ୍ୟାନନ୍ଦ ସାଗର ମହାରାଜ ଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅଦ୍ଵୈତ ବେଦାନ୍ତ ଆଶ୍ରମ ପରିସରରେ ପାଳନ ହୋଇଯାଇଛି। ଦେବଗଡ଼ ଜିଲ୍ଲା ଚିନ୍ମୟ ମିଶନ ରୁ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ, ମହେନ୍ଦ୍ରଗିରି ରୁ ଭାସ୍କର ତୀର୍ଥ ମହାରାଜ, ରାୟଗଡା ରୁ ନକୁଳବାବା, ପାରଳାଖେମୁଣ୍ଡି ରୁ ଅବସରପ୍ରାପ୍ତ ତହସିଲଦାର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ଗଞ୍ଜାମ କାଞ୍ଚଡି ବେଦ ପାଠଶାଳା ରୁ ସ୍ୱାମୀ ସତ୍ୟlନନ୍ଦଗିରି ମହାରାଜ ପ୍ରମୂଖ ଉପସ୍ଥିତ ଥିଲେ l ପ୍ରଥମେ ସ୍ୱାମୀଜୀଙ୍କ ସମାଧି ରେ ଉପଚାର ପୂଜା ଅର୍ଚ୍ଚନା ହୋମ ଯଜ୍ଞ ସରିବା ପରେ ସାଧୁସନ୍ଥ ମାନଙ୍କ ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା l ବନବାସି ଅଞ୍ଚଳରେ ଗୋ ହତ୍ୟା ନିଷେଧ, କୁସଂସ୍କାର ଦୂର କରି ଆଧ୍ୟାତ୍ମିକ ବିଚାରଧାରା ପ୍ରବର୍ତ୍ତନ, ହିନ୍ଦୁ ଧର୍ମର ପ୍ରସାର, ଗାଁ ଗାଁ ରେ ଭାଗବତ ପାଠ, ସତସଙ୍ଗ, ପ୍ରତ୍ୟେକ ଧାର୍ମିକ ଦିନରେ ବିଶେଷ ହୋମ ଯଜ୍ଞ ଆୟୋଜନ, ଜ୍ୟୋତିଷ ଶାସ୍ତ୍ର ରେ ବିଶାରଦ ପ୍ରଭୃତି ସ୍ୱାମୀଜୀଙ୍କ ଦିବ୍ୟ କର୍ମର ସ୍ମୃତି ଚାରଣ କରାଯାଇଥିଲା । ଆଜି ସ୍ଵାମୀଜୀଙ୍କ ଏହି ୨ୟ ବର୍ଷ ନିର୍ବାଣ କାର୍ଯ୍ୟକ୍ରମ ଅବସରରେ ଶଙ୍କର ନେତ୍ରାଳୟ ଓ ଅଦ୍ୱୈତ ବେଦାନ୍ତ ଆଶ୍ରମ ଦ୍ୱାରା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରlଯାଇଥିଲା ଯେଉଁଥିରେ ଶତାଧିକ ରୋଗୀ ଉପକୃତ ହୋଇଥିଲେ l ଏହି ଅବସରରେ ବିଭିନ୍ନ କୀର୍ତନ ମଣ୍ଡଳୀ ଓ ସତସଙ୍ଗ ମଣ୍ଡଳୀ କାର୍ଯ୍ୟକର୍ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ନଳିନୀ ମହାନ୍ତି, ତିରୁପତି ମହାନ୍ତି, ନରସିଂହ ମହାନ୍ତି, ଶିଵ ପାଢ଼ୀ, ରାମ ପାଠୀ, ଉମା ଦାଶ, ସନ୍ତୋଷ ମହାନ୍ତି , ମୁରଲୀ ପଣ୍ଡା, ସୋମନାଥ ମହାନ୍ତି, ବଦ୍ରିନାଥ ମହାନ୍ତି, ଗଣେଶ ମାଳି ପ୍ରମୁଖ ପରିଚାଳନା କରିଥିଲେ l ପ୍ରକାଶ ଥାଉକି ସ୍ବାମୀଜୀ ଙ୍କ ଦ୍ବାରା ଦକ୍ଷିଣ ଓଡିଶାର ବିଶାଳ ଯଜ୍ଞ ମଣ୍ଡପ, ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିର, ବିଷ୍ଣୁ ମନ୍ଦିର, ଗାୟତ୍ରୀ ମନ୍ଦିର, ଆଦି ଶଙ୍କରାଚାର୍ଯ୍ୟ ମନ୍ଦିର, ଗୋଶାଳା, ପ୍ରସିଦ୍ଧ ସଙ୍ଗମ ଘାଟ ପ୍ରଭୃତି ପ୍ରତିଷ୍ଠା କରିଥିଲେ ।












