ଓଡ଼ିଆ ସିନେମାକୁ ୯୦ ବର୍ଷ: ସଂଘର୍ଷରୁ ସଫଳତା ପର୍ଯ୍ୟନ୍ତ ଯାତ୍ରା :
ଆଜି ଓଡ଼ିଆ ସିନେମାକୁ ପୂରିଛି ୯୦ ବର୍ଷ। ଓଡ଼ିଆ ସିନେମା ଜଗତ ତା’ର ଯାତ୍ରାର ୯୦ ବର୍ଷ ପୂରଣ କରିଛି। ୧୯୩୬ ମସିହାରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’। ଯାହା ଓଡ଼ିଆ ସିନେମାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା।
BY-SUBHASMITA-26.4.20206
ଭୁବନେଶ୍ଵର :ଓଡ଼ିଆ ସିନେମା ଜଗତ ଆଜି ୯୦ ବର୍ଷର ଐତିହାସିକ ଯାତ୍ରା ପୂରଣ କରିଛି। ୧୯୩୬ ମସିହାରେ ମୁକ୍ତିଲାଭ କରିଥିବା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ଦ୍ୱାରା ଏହି ଶିଳ୍ପର ଭିତ୍ତି ପ୍ରତିଷ୍ଠିତ ହୋଇଥିଲା। ଏହି କଳାଧଳା ଚଳଚ୍ଚିତ୍ରର ନିର୍ଦ୍ଦେଶନା କରିଥିଲେ ମୋହନ ସୁନ୍ଦର ଦେବ ଗୋସ୍ବାମୀ। ଏହି ୯୦ ବର୍ଷରେ ଓଡ଼ିଆ ସିନେମା ଅନେକ ଉତ୍ତାର-ଚଢ଼ା ଦେଖିଛି। ବିଶେଷ କରି ସିନେମା ହଲ୍ର ଅଭାବ ଓ ସରକାରୀ ଉଦାସୀନତା ଏହି ଶିଳ୍ପର ବିକାଶରେ ବଡ଼ ବାଧା ସୃଷ୍ଟି କରିଛି। କରୋନା ସମୟରେ ତ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରାୟ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା।କିନ୍ତୁ ୨୦୨୨ ମସିହାରେ ଆସିଥିବା ‘ଦମନ’ ଚଳଚ୍ଚିତ୍ର ଓଲିଉଡ୍ ପାଇଁ ଏକ ନୂଆ ଆଶାର କିରଣ ନେଇଆସିଲା। ଏହି ଫିଲ୍ମ ପ୍ରାୟ ୫ କୋଟି ଟଙ୍କାରୁ ଅଧିକ ଆୟ କରି ବଡ଼ ସଫଳତା ହାସଲ କଲା ଏବଂ ଦର୍ଶକ ଓ ସମୀକ୍ଷକଙ୍କ ମନ ଜିତିଲା। ପରେ ଆସିଥିବା ‘ପ୍ରତୀକ୍ଷା’ ମଧ୍ୟ ଭଲ ସ୍ୱୀକୃତି ପାଇଲା। ୨୦୨୪ ଦଶହରାରେ ଅନୁଭବ ମହାନ୍ତିଙ୍କ ଅଭିନୀତ ଆକ୍ସନ ଥ୍ରିଲର ‘କର୍ମ’ ସାଢେ ୬ କୋଟି ଆୟ କରି ରେକର୍ଡ ସୃଷ୍ଟି କଲା। ତାପରେ ୨୦୨୫ ରଜରେ ମୁକ୍ତିଲାଭ କରିଥିବା ଭୌତିକ ଚଳଚ୍ଚିତ୍ର ‘ବୋଉ, ବୁଟୁ, ଭୂତ’ ୨୦ କୋଟି ଟଙ୍କାରୁ ଅଧିକ ଆୟ କରି ଓଡ଼ିଆ ସିନେମା ପାଇଁ ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି।
ଏହା ସ୍ପଷ୍ଟ କରେ ଯେ, ସଂଘର୍ଷ ସତ୍ତ୍ୱେ ଓଡ଼ିଆ ସିନେମା ଆଜି ପୁନରୁତ୍ଥାନର ପଥରେ ଅଗ୍ରସର ହେଉଛି ଏବଂ ଆଗାମୀ ଦିନରେ ଆହୁରି ଉଚ୍ଚ ସ୍ଥାନକୁ ପହଞ୍ଚିବାର ସମ୍ଭାବନା ରହିଛି।
ଚର୍ଚ୍ଚା NEWS












