ଚର୍ଚ୍ଚା newsଓଡିଶା
ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ବସ୍ତା ମଣ୍ଡଳ ପକ୍ଷରୁ ଗୋଲକ ନାରାୟଣ ବନଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଚାଳିତ ବର୍ଷ ବସ୍ତା ବ୍ଲକ ରେ A1 ରେ ଉତୀର୍ଣ୍ଣ ହୋଇଥିବା ଛାତ୍ର, ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି.ବସ୍ତା ମଣ୍ଡଳ ସଭାପତି ଯତୀନ୍ଦ୍ରନାଥ ଦାସ ଅଧିକାରୀ ଙ୍କ ସଭାପତିତ୍ୱ ରେ ଓଷ୍ଟା ର ଜିଲ୍ଲା ସମ୍ପାଦକ ବିଜୟ କୁମାର ପାତ୍ର,ବୀରେନ୍ଦ୍ର ନାରାୟଣ ପ୍ରହରାଜ,ମିନତୀ ରଣା, ହାରିବାସ ଦାସ,ଜଗବନ୍ଧୁ ସାହୁ, ତୃପ୍ତି ରାଉତ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କାମନା କରିଥିଲେ. ଚାଳିତ ବର୍ଷ ବସ୍ତା ବ୍ଲକ ରେ ସମୁଦାୟ 2389 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ A1 ରେ 26 ଜଣ, A2 ରେ 212 ଜଣ,B1 ରେ 580,B2 ରେ 676, C ଗ୍ରେଡ଼ ରେ 494,D ଗ୍ରେଡ଼ ରେ 251, E ଗ୍ରେଡ଼ ରେ 84,ଏବଂ F ଗ୍ରେଡ଼ ରେ 64 ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ 47 ଜଣ ଫେଲ ହୋଇଥିବା ସୂଚନା ଦେଇଛନ୍ତି.
By Charcha News












