ଚର୍ଚ୍ଚା ନିୟୁଜ୍
ରାଜ୍ୟରେ ଦୀର୍ଘଦିନ ଧରି ପେଣ୍ଡିଂ ରହିଥିବା ବିଭିନ୍ନ ରାଜସ୍ୱ ମୋକଦ୍ଦମାର ଶୀଘ୍ର ସମାଧାନ ଏବଂ ରାଜସ୍ୱ ଅଦାଲତ ଗୁଡ଼ିକର କାର୍ଯ୍ୟକୁ ଅଧିକ ସୁଚାରୁ କରିବା ପାଇଁ ଆଜି ଅର୍ବାନ ଡେଭେଲପମେଣ୍ଟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛିby_ସୌମ୍ୟ ରଞ୍ଜନ ଦାସରାଜ୍ୟରେ ଦୀର୍ଘଦିନ ଧରି ପେଣ୍ଡିଂ ରହିଥିବା ବିଭିନ୍ନ ରାଜସ୍ୱ ମୋକଦ୍ଦମାର ଶୀଘ୍ର ସମାଧାନ ଏବଂ ରାଜସ୍ୱ ଅଦାଲତ ଗୁଡ଼ିକର କାର୍ଯ୍ୟକୁ ଅଧିକ ସୁଚାରୁ କରିବା ପାଇଁ ଆଜି ଅର୍ବାନ ଡେଭେଲପମେଣ୍ଟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲକ୍ଷାଧିକ ରାଜସ୍ୱ ସମ୍ବନ୍ଧୀୟ ମାମଲା ଦୀର୍ଘଦିନ ଧରି ପେଣ୍ଡିଂ ରହିଥିବାରୁ ସାଧାରଣ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଗଭୀର ଚିନ୍ତା ପ୍ରକାଶ ପାଇଥିଲା । ଏହି ପରିପ୍ରେକ୍ଷୀରେ ମୋକଦ୍ଦମା ଗୁଡ଼ିକର ଦ୍ରୁତ ଶୁଣାଣି ଏବଂ ନିଷ୍ପତ୍ତି ପାଇଁ ରାଜ୍ୟ ସରକାର ପକ୍ଷରୁ ୩୦ଟି ଡିଭିଜନାଲ୍ ରାଜସ୍ୱ ଅଦାଲତକୁ ସକ୍ରିୟ କରାଯାଇଥିବା ସହ ଜିଲ୍ଲା କଲେକ୍ଟର, ଉପଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ ଅଧିକ ଦାୟିତ୍ୱ ଦିଆଯାଇଛି । ବୈଠକରେ ନୂତନ ଏସଓପି ଜାରି କରାଯାଇଥିବା ସୂଚନା ମଧ୍ୟ ମିଳିଛି, ଯେଉଁଥିରେ ପ୍ରତିଦିନ କେତେଟି କେସର ଶୁଣାଣି ହେବ, କେଉଁ ସମୟସୀମା ମଧ୍ୟରେ ମାମଲାର ସମାଧାନ କରାଯିବ ଏବଂ ଶୁଣାଣି ପ୍ରକ୍ରିୟା କିପରି ସ୍ୱଚ୍ଛ ରହିବ ସେଥିପାଇଁ ସ୍ପଷ୍ଟ ପ୍ରାବଧାନ ରହିଛି । ସେଥି ସହିତ ଜମି ରେଜିଷ୍ଟ୍ରେସନ ଓ ରାଜସ୍ୱ କାର୍ଯ୍ୟାଳୟରେ ଦଲାଲ ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ନିରୋଧ କରିବାକୁ କଡ଼ା ପଦକ୍ଷେପ ଗ୍ରହଣ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଅନଲାଇନ୍ ମନିଟରିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ କରି ପ୍ରତ୍ୟେକ କେସର ଅଗ୍ରଗତି ଉପରେ ସିଧାସଳଖ ନଜର ରଖାଯିବ ଏବଂ ସାଧାରଣ ଲୋକଙ୍କୁ ହେରାସ୍ମେଣ୍ଟ ମୁକ୍ତ ସେବା ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ସରକାରଙ୍କ ଏହି ପଦକ୍ଷେପ ଫଳରେ ଦୀର୍ଘଦିନ ଧରି ଅଟକିଥିବା ରାଜସ୍ୱ ମୋକଦ୍ଦମାର ସମାଧାନ ତ୍ୱରାନ୍ୱିତ ହେବା ସହ ସାଧାରଣ ଲୋକ ଶୀଘ୍ର ନ୍ୟାୟ ପାଇପାରିବେ ବୋଲି ଆଶା ପ୍ରକାଶ ପାଇଛି ।
By Charcha News












