ରାୟଗଡ଼ା ::
BY-ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ରାମାନାଗୁଡ଼ା ବ୍ଲକ ଉକୁମ୍ଭା ପଞ୍ଚାୟତ ପୂଜାରୀଗୁଡ଼ା ଗ୍ରାମର ଚାଣ୍ଟି ଶବର ଙ୍କ ଘରେ ହଟାତ୍ ନିଆଁ ଲାଗି ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଗୁଣପୁର ଦମକଳ ବାହିନୀ ଯାଇ ନିଆଁ କୁ ଆୟତ୍ତ କରିଥିଲେ।ନିଆଁ କିପରି ଲାଗିଲା ତାହା ଅସ୍ଵଷ୍ଠ ରହିଛି।ଆଜି ଦିନ ୧୨.ଟା ୩୦ସମୟରେ ନିଆଁ ଲାଗି ଘର ସମ୍ପୂର୍ଣ ପୋଡ଼ି ପାଉଁଶ ହୋଇଯାଇଛି।ଘରେ ଥିବା ସବୁ ଜିନିଷ ପତ୍ର ପୋଡି ନଷ୍ଟ ହୋଇଯାଇଛି ।ଲୁଗା ପଟା ଚାଉଳ ଡାଲି ମାଣ୍ଡିଆ ସବୁ ପୋଡ଼ି ନଷ୍ଟ ହୋଇଯାଇଛି।ରାଜସ୍ବ ନିରୀକ୍ଷକ ମଦନ ମୋହନ ପଣ୍ଡା, ଉକୁମ୍ବା ସରପଞ୍ଚ ତୁରନ୍ତ ପହଞ୍ଚି କ୍ଷେତ୍ର ଅନୁସନ୍ଧାନ କରି ସରକାରୀ ସହାୟତା ଯୋଗାଇ ଦେଇଥିଲେ l ସରକାର ଙ୍କ ନିୟମ ଅନୁସାରେ ଅନ୍ୟ ସବୁ ସରକାରୀ ସହାୟତା ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଦିଆଯାଇଛି ବୋଲି ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଚର୍ଚ୍ଚା news












