ରାୟଗଡ଼ା : ରାୟଗଡ଼ା ରବୀନ୍ଦ୍ର ନାଥ ମହାପାତ୍ର Anchor _ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନ ରେ ଆଜି ୭୯ ତମ ସ୍ୱାଧୀନତା ଦିବସ ଖୁବ ଆଡମ୍ବରରେ ପାଳନ କରାଯାଇଛି । ଅନୁଷ୍ଠାନ ର ସଭାପତି ଏଲ ସୁରେଶ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଗୁଣୁପୁର ଉପଜିଲ୍ଲାପାଳ ତଥା ଯୁବ ଆଇଏଏସ ଦୁଧାଲ ଅଭିଷେକ ଦିଲ୍ଲୀପ ଅନୁଷ୍ଠାନ କୁ ପରିଦର୍ଶନ କରିବା ପାଇଁ ଆସିଥିଲେ । ପିଲାଙ୍କ ସହ ଆଲୋଚନା କରିବା ସହ ଭଲିବଲ ଖେଳିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଅନ୍ତେବାସୀ ଙ୍କୁ ଉପଜିଲ୍ଲାପାଳ ପୁରସ୍କୃତ କରିଥିଲେ । ସେହିଭଳି ପିଲାଙ୍କୁ ପାଠ୍ୟପୋକରଣ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଉପଜିଲ୍ଲାପାଳ ଅନୁଷ୍ଠାନ ପରିସରରେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଗୁଣୁପୁର ଅତିରିକ୍ତ ତହସିଲଦାର, ସହକାରୀ ଯନ୍ତ୍ରୀ, ଅନୁଷ୍ଠାନ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ
ବାଳ ନିକେତନରେ ପିଲାଙ୍କ ସହ ଖେଳିଲେ ବୃକ୍ଷ ରୋପଣ କଲେ ଗୁଣୁପୁର ଉପଜିଲ୍ଲାପାଳ
By Charcha News












