ସାମ୍ବାଦିକ-ରମେଶ କୁମାର ସାହୁ
ତାରିଖ -୨୦-୦୫-୨୦୨୬
ଗଞ୍ଜାମ : ଗୋପାଳପୁର ଥାନା ଅନ୍ତର୍ଗତ ଗୋପାଳପୁର ଓଭର ବ୍ରିଜ ଉପରୁ ତଳକୁ ଠେଲିଦେବା ଘଟଣାରେ ପୋଲିସ 2ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ସାମିଲ ଥିବା ଦିପୁନା ନାୟକ ପୂର୍ବରୁ ପୋଲିସ ଏନ୍ କାଉଣ୍ଟର ରେ ଆହତ ହୋଇଛି। ଗତ ୧୬ ତାରିଖରେ ଧାନମେରା ସାହିର ଶ୍ୟାମ ବେହେରା ଓଭର ବ୍ରିଜ ଉପରେ ବସିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ମାରପିଟ କରି ୩୦ ଫୁଟ ବ୍ରିଜ ତଳକୁ ଠେଲିଦେଇଥିଲେ। ଶ୍ୟାମ ବେହେରା ଠାରୁ ୧ ଟି ବାଇକ, ୨ ଟି ମୋବାଇଲ ଲୁଟ କରିନେଇଥିଲେ। ପୋଲିସ ଖବର ପାଇ ଘଟଣା ସ୍ଥଳ ପରିଦର୍ଶନ କରିଥିଲା। ତେବେ ତଦନ୍ତ ବେଳେ ଦିପୁନାଙ୍କ ସମେତ ୪ ଜଣ ସଂଶ୍ଳିଷ୍ଟ ଥିବା ଜାଣିବାକୁ ପାଇଥିଲା। ଘଟଣା ରାତିରେ ପୋଲିସ ଗୁଳି ରେ ମୁଖ୍ୟ ଅଭିଯୁକ୍ତ ଦିପୁନା ନାୟକ ଆହତ ହୋଇ ଧରାପଡ଼ିଥିବା ବେଳେ ଏଥିରେ ସଂଶ୍ଳିଷ୍ଟ ଥିବା ଅଭିଯୋଗ ରେ ଏନକାଉଣ୍ଟର ହୋଇଥିବା ଦିପୁନା ନାୟକଙ୍କ ସାନ ଭାଇ ସୁମନ ନାୟକ, ଗୌତମ ରାଓଙ୍କୁ ଗିରଫ କରିଛି। ଅନ୍ୟ ଜଣେ ନାବାଳକ ସଂଶ୍ଳିଷ୍ଟ ଥିବା ଅଭିଯୋଗ ରେ ପୋଲିସ ବାଳ ସୁଧାର ଗୃହ କୁ ପଠାଇ ଦେଇଛି।












