ସାମ୍ବାଦିକ-ଶ୍ରୀକାନ୍ତ ନନ୍ଦ
ତାରିଖ- ୨୧- ୦୫- ୨୦୨୬
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ନିକଟରେ ଏକ ସାର ବୋଝେଇ ଟ୍ରକ୍ ଦୁର୍ଘଟଣା ଘଟିଛି। ଟ୍ରକ୍ଟି ରାସ୍ତା କଡ଼ରେ ଥିବା ଦୁଇଟି ଗଛକୁ ପିଟି ଦେଇଥିବା ବେଳେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ହେଲେ ଜୟପୁର କେନ୍ଦୁଗୁଡ଼ାର କାନ୍ତ। ଜୟପୁର ମାର୍କଫେଡ୍ ରୁ ରାଇଘର ଲ୍ୟାମ୍ପସ୍ କୁ ୬୦୦ ବସ୍ତା ସାର ନେଇ ଟ୍ରକ୍ଟି ଆସୁଥିଲା। ଘଟଣା ସ୍ଥଳରେ ରାଇଘର ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଦୁର୍ଘଟଣାର କାରଣ ନେଇ ରାଇଘର ପୋଲିସ୍ ଯାଞ୍ଚ ଆରମ୍ଭ କରିଛି। ରାଇଘର ନିକଟରେ ଘଟିଥିବା ଏହି ଭୟାବହ ସଡ଼କ ଦୁର୍ଘଟଣାରେ ଏକ ସାର ବୋଝେଇ ଟ୍ରକ୍ ନିୟନ୍ତ୍ରଣ ହାରାଇ ରାସ୍ତା ପାଖରେ ଥିବା ଦୁଇଟି ଗଛକୁ ପିଟି ଦେଇଥିଲା। ଫଳରେ ଟ୍ରକ୍ ଡ୍ରାଇଭର କାନ୍ତଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସୂଚନା ଅନୁସାରେ ଟ୍ରକ୍ଟି ଜୟପୁର ମାର୍କଫେଡ୍ ରୁ ରାଇଘର ଲ୍ୟାମ୍ପସ୍ କୁ ପ୍ରାୟ ୬୦୦ ବସ୍ତା ସାର ନେଇ ଯାଉଥିଲା। ଖବର ପାଇ ରାଇଘର ଅଗ୍ନିଶମ ବିଭାଗ ଓ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେନେଇ ରାଇଘର ପୋଲିସ୍ ତଦନ୍ତ ଆରମ୍ଭ କରିଛି।












