ତୃଣମୂଳ କଂଗ୍ରେସ (ଟିଏମ୍ସି) ଛାଡ଼ି ନ୍ୟାସନାଲ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ (ଏନ୍ସିପିଆଇ)ରେ ଯୋଗ ଦେଇଥିବା ବରିଷ୍ଠ ସାଂସଦ ସୁଦୀପ ବନ୍ଦ୍ୟୋପାଧ୍ୟାୟ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
BY-Subhasmita-dt-21.7.2026
ପଶ୍ଚିମବଙ୍ଗର ରାଜନୀତିରେ ପୁଣି ଏକ ବଡ଼ ମୋଡ଼ । ଟିଏମ୍ସି ଛାଡ଼ି ଏନ୍ସିପିଆଇରେ ଯୋଗ ଦେଇଥିବା ବରିଷ୍ଠ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଓ ଅନ୍ୟ ବିଦ୍ରୋହୀ ସାଂସଦମାନେ ଲୋକସଭା ବାଚସ୍ପତିଙ୍କ ସ୍ବୀକୃତି ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ଏହି ସାକ୍ଷାତକୁ କେବଳ ସୌଜନ୍ୟମୂଳକ ବୋଲି କୁହାଯାଉଥିଲେ ମଧ୍ୟ, ରାଜନୈତିକ ମହଲରେ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି। ସଂସଦର ଆସନା ଅଧୂବେଶନ, ନୂତନ ସଂସଦୀୟ ଗୋଷ୍ଠୀର ସ୍ବୀକୃତି ଓ ଆଗାମୀ ରାଜନୈତିକ ସମୀକରଣ ଉପରେ ସମସ୍ତଙ୍କ ନଜର ରହିଛି ।
ଚର୍ଚ୍ଚା news












