ରଥଯାତ୍ରା ଭିତରେ ପୁରୀରୁ ୧୯ ଲକ୍ଷ ଟଙ୍କାର ବ୍ରାଉନସୁଗାର ସିଜ୍ । ପୁରୀରେ ନିଶା କାରବାର ଉପରେ କଡ଼ା ନଜର ରଖିବା ପାଇଁ ଅବକାରୀ ବିଭାଗର ସ୍ୱତନ୍ତ୍ର ଅଭିଯାନକୁ ସଫଳତା ମିଳିଛି ।
ରଥଯାତ୍ରା ଭିତରେ ପୁରୀରୁ ୧୯ ଲକ୍ଷ ଟଙ୍କାର ବ୍ରାଉନସୁଗାର ସିଜ୍ । ପୁରୀରେ ନିଶା କାରବାର ଉପରେ କଡ଼ା ନଜର ରଖିବା ପାଇଁ ଅବକାରୀ ବିଭାଗର ସ୍ୱତନ୍ତ୍ର ଅଭିଯାନକୁ ସଫଳତା ମିଳିଛି । ଅବକାରୀ ଗୁଇନ୍ଦା ବିଭାଗ ୟୁନିଟ୍-୧ ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନ ସମ୍ଭୁଭାରତି ପାଟଣା ଗ୍ରାମରେ ଚଢ଼ାଉ କରାଯାଇଥିଲା ।
ଚଢ଼ାଉ ବେଳେ ସମ୍ଭୁଭାରତି ନିବାସୀ ଚିନ୍ମୟ ସାହୁ ନିକଟରୁ୧୮୭ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ସାମଗ୍ରୀର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୯ ଲକ୍ଷ ହେବ।ଅଭିଯୁକ୍ତଙ୍କୁ NDPS Act ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଚର୍ଚ୍ଚା news












