ଗତକାଲି ରାତି ହୋଇଯିବାରୁ ଉଚ୍ଚକ୍ଷମତା ସମ୍ପନ୍ନ ଆଲୋକମାଳା ସହ ରଥଟଣା ହୋଇଥିଲା । ତାଳଧ୍ବଜ ରଥ ରାତି ୮ଟା ୧୫ରେ ପହଞ୍ଚିଥିଲା । ଦର୍ପଦଳନ ରଥ ୮ଟା ୫୮ ସୁଦ୍ଧା ସିଂହଦ୍ବାର ଚକଡ଼ାରେ ପହଞ୍ଚିଥିଲା । ଲକ୍ଷ୍ମୀନାରାୟଣଙ୍କ ଭେଟ ପରେ ନନ୍ଦିଘୋଷ ରଥ ରାତି ପ୍ରାୟ ୧୦ଟା ୫୫ ବେଳକୁ ସିଂହଦ୍ବାରରେ ପହଞ୍ଚିଥିଲା । ଗତକାଲି ୪ଟା ୨୦ରେ ତିନି ରଥରେ ଛେରାପହଁରା ସାରି ଗଜପତି ପ୍ରତ୍ୟାବର୍ତ୍ତନ କରିବା ପରେ ଚାରମାଳ ଖୋଲାଯାଇ ଘୋଡ଼ା ଯୋଚା ହୋଇ ରଥଟଣା ଆରମ୍ଭ ହୋଇଥିଲା । ଆଜି ମହାପ୍ରକୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଆଭୁଷିତ ହୋଇ ଦର୍ଶନ ଦେବେ ଜଗତ ଠାକୁର। ଆସନ୍ତାକାଲି ଅଧରନୀତି ଓ ଶ୍ରୀଗରୁଡ଼ ଶୟନ ନୀତି ଓ ୨୭ରେ ତ୍ରୟୋଦଶୀରେ ନୀଳାଦ୍ରି ବିଜେ ପର୍ବ ଅନୁଷ୍ଠିତ ହେବ ।
ସିଂହଦ୍ବାରରେ ୩ ଠାକୁର, ଆଜି ସୁନାବେଶ। ଜନ୍ମବେଦି ଲୀଳା ସରିଛି । ଚତୁର୍ଦ୍ଧା ବିଗ୍ରହ ଶ୍ରୀଗୁଣ୍ଡିଚାରୁ ମେଲାଣି ନେଇଛନ୍ତି । ହେରାପଞ୍ଚମୀରେ ଲକ୍ଷ୍ମୀ ସାଆନ୍ତାଣୀ ଅଭିମାନ କରି ଫେରିଥିଲେ। ତେଣୁ ବିଳମ୍ବରେ ବାହାରିଥିଲେ ହେଁ ସଅଳ ସଅଳ ରଥରେ ଗଡ଼ି ଆସିଛନ୍ତି ମଣିମା । ଅନୁକୂଳ ପାଗ ଯୋଗୁଁ ୬ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା ।
By Charcha News












