ପ୍ରଶାନ୍ତ ରାଉଳ
କୋଲକାତା
ଆଙ୍କର: ରାଜ୍ୟ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲା ସ୍ଥିତ ବସିରହାଟ ମହକୁମାର ସ୍ୱରୂପନଗର ଥାନାର କଇଜୁରି ଗ୍ରାମପଞ୍ଚାୟତର ଭାରତ ଓ ବଙ୍ଗଳାଦେଶ ସୀମାନ୍ତ ଅଞ୍ଚଳ ଗାବଦ୍ଦା ସୀମାନ୍ତ ଦେଇ ଭାରତୀୟ ଅଞ୍ଚଳରେ ବେଆଇନ ଭାବରେ ପ୍ରବେଶ କରିବା ପରେ ଦୁଇ ବାଂଲାଦେଶୀ ନାଗରିକଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂତ୍ର ଅନୁଯାୟୀ, ବାଂଲାଦେଶର ସାତଖିରାର ବାସିନ୍ଦା ସୈଫୁଲ୍ଲା ମୋଲ୍ଲା ଏବଂ ଜାହାଙ୍ଗୀର ମୋଲ୍ଲା ନାମକ ଦୁଇ ଗିରଫ ଯୁବକ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିଲେ। ବୈଧ କାଗଜପତ୍ର ଦେଖାଇ ନପାରିବାରୁ ସ୍ୱରୂପନଗର ଥାନାର ପୋଲିସ ସେମାନଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ, ହାକିମପୁର ବିଥାରି ଗ୍ରାମପଞ୍ଚାୟତର ବିଥାରି ସୀମାରୁ ଭାରତୀୟ ସେନା ବାହିନୀ ବିଏସ୍ଏଫ୍ ଜଣେ ଭାରତୀୟ ନାଗରିକଙ୍କୁ ଗିରଫ କରି ସ୍ୱରୂପନଗର ଥାନାର ପୋଲିସକୁ ହସ୍ତାନ୍ତର କରିଛିନ୍ତି। ଜାଣିବାକୁ ମିଳିଛି ଯେ ବାଦୁରିଆ ଥାନାର ରୁଦ୍ରପୁର ଅଞ୍ଚଳର ବାସିନ୍ଦା ଉଜ୍ଜ୍ୱଳ ମଣ୍ଡଳ ସେହି ସମୟରେ ବିଥାରି ସୀମା ଅଞ୍ଚଳରେ ବୁଲୁଥିବା ବେଳେ ବିଏସ୍ଏଫ୍ ତାଙ୍କୁ ସନ୍ଦେହ କରି ଅଟକ ରଖି ପଚରାଉଚରା କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ଯୁବକ ଜଣକ ବାଂଲାଦେଶ ଯିବାକୁ ଯୋଜନା କରୁଛନ୍ତି। ସୀମା ସୁରକ୍ଷା ବାହିନୀ ସେହି ଯୋଜନାକୁ ପଣ୍ଡ କରିଦେଇଛି। ଗିରଫ ତିନି ଜଣଙ୍କୁ ଆଜି ବସିରହାଟ ମହକୁମା କୋର୍ଟରେ ହାଜର କରାଯାଇଥିଲା
ସ୍ଲଗ: ପୋଲିସର ହାତରେ ଗିରଫ ଦୁଇ ଜଣ ବାଂଲାଦେଶୀ ଏବଂ ଜଣେ ଭାରତୀୟ ନାଗରିକ।
By Charcha News











