ଆଇଆଇଟି ଦିଲ୍ଲୀ କ୍ୟାମ୍ପସରେ ଜଣେ ୩୧ ବର୍ଷୀୟ ଏମ୍.ଏସସି. ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ଉଗ୍ର ରୂପ ନେଇଛି। ଏହି ପରିପ୍ରେକ୍ଷୀରେ କ୍ୟାମ୍ପସର ଶାନ୍ତିପୂର୍ଣ୍ଣ ପରିବେଶରେ ବ୍ୟାଘାତ ସୃଷ୍ଟି କରୁଥିବା
ଆଇଆଇଟି ଦିଲ୍ଲୀ କ୍ୟାମ୍ପସରେ ଜଣେ ୩୧ ବର୍ଷୀୟ ଏମ୍.ଏସସି. ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ଉଗ୍ର ରୂପ ନେଇଛି। ଏହି ପରିପ୍ରେକ୍ଷୀରେ କ୍ୟାମ୍ପସର ଶାନ୍ତିପୂର୍ଣ୍ଣ ପରିବେଶରେ ବ୍ୟାଘାତ ସୃଷ୍ଟି କରୁଥିବା ଏବଂ “ଧମକପୂର୍ଣ୍ଣ ସ୍ଲୋଗାନ” ଦେଉଥିବା ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇଟି ଦିଲ୍ଲୀ ନିର୍ଦ୍ଦେଶକ ରଙ୍ଗନ ବାନାର୍ଜୀ ଚେତାବନୀ ଦେଇଛନ୍ତି।
ଛାତ୍ରଛାତ୍ରୀଙ୍କୁ ପଠାଇଥିବା ଏକ ଇମେଲରେ ନିର୍ଦ୍ଦେଶକ ଦର୍ଶାଇଛନ୍ତି ଯେ, ଗୁରୁବାର ରାତି ପ୍ରାୟ ୧୦.୩୦ରୁ ୧୨.୩୦ ମଧ୍ୟରେ କିଛି ଆନ୍ଦୋଳନକାରୀ ଛାତ୍ର କ୍ୟାମ୍ପସର ଆବାସିକ କ୍ୱାର୍ଟର୍ସ ପର୍ଯ୍ୟନ୍ତ ପହଞ୍ଚି ଅଧ୍ୟାପକମାନଙ୍କ ଘର ସାମ୍ନାରେ ଅପମାନଜନକ ଓ ଧମକପୂର୍ଣ୍ଣ ଭାଷାରେ ସ୍ଲୋଗାନବାଜି କରିଥିଲେ। ଏହିପରି ଆଚରଣ ଦ୍ୱାରା ଅଧ୍ୟାପକ, ସେମାନଙ୍କ ପରିବାର, ଛୋଟ ପିଲା ଏବଂ ବୃଦ୍ଧଜନଙ୍କ ସୁରକ୍ଷା ଓ ଶାନ୍ତି ବାଧାପ୍ରାପ୍ତ ହେଉଛି। ତେଣୁ ଶ୍ରେଣୀଗୃହ, ଶିକ୍ଷାଦାନ, ନିବାସିକ ଅଞ୍ଚଳ କିମ୍ବା କ୍ୟାମ୍ପସର ସାଧାରଣ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୨ ତାରିଖରେ ଜଣେ ଛାତ୍ର କ୍ୟାମ୍ପସ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିବା ପରେ ଏହି ପ୍ରତିବାଦ ଶନିବାର ସପ୍ତମ ଦିନରେ ପହଞ୍ଚିଛି। ଛାତ୍ରଛାତ୍ରୀମାନେ ଏକ ସ୍ୱାଧୀନ ତଦନ୍ତ, ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରୁଛନ୍ତି । ଅନ୍ୟପଟେ, ଏହି ଘଟଣାର ତଦନ୍ତ ପାଇଁ ଗଠିତ ବାହ୍ୟ ଅନୁସନ୍ଧାନ କମିଟିର ଅଧ୍ୟକ୍ଷ ଥିବା ଉତ୍ତରାଖଣ୍ଡର ପୂର୍ବତନ ଡିଜିପି ଅଶୋକ କୁମାର ବ୍ୟକ୍ତିଗତ କାରଣ ଦର୍ଶାଇ ଓହରିଯିବା ପରେ, ଆଇଆଇଟି ଦିଲ୍ଲୀ କମିଟିର ପୁନର୍ଗଠନ କରି ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ମୁକ୍ତା ଗୁପ୍ତାଙ୍କୁ ଏହାର ମୁଖ୍ୟ ଭାବେ ନିଯୁକ୍ତ କରିଛି ।
ଚର୍ଚ୍ଚା tv











