ପ୍ରଶାନ୍ତ ରାଉଳ
କୋଲକତା
ରାଜ୍ୟ ପଶ୍ଚିମ ବଙ୍ଗର ରାଜ ଧାନି ଧର୍ମତଲାର ସହରର ଇଣ୍ଡିଆନ ସେକୁଲା ର ଫ୍ରଣ୍ଟ ଦଳ ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୱାକଫ ବିଲ୍ ସଂଶୋଧନ ସମେତ ଚାରୋଟି ଦାବିରେ ଦଳ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଡାକରା ଦେଇଥିଲା। ଅନୁମତି ନଥିବାରୁ ପୋଲିସ ଏହାକୁ ବାଧା ଦେଇଥିଲା। ଅଟକାଇବା ପରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଅଟକାଇବା ପରେ ଇଣ୍ଡିଆନ ସେକୁଲା ର ଦଳ ର ବିଧାୟକ ନୌସାଦ ସିଦ୍ଦିକି ତାଙ୍କର ଧାରଣା ଆରମ୍ଭ କରିଥିଲେ। ୱାକଫ ବିଲ୍ ଏବଂ ସାର ସଂଶୋଧନକୁ ବିରୋଧ କରିବା ପାଇଁ ISF ଏହି କାର୍ଯ୍ୟକ୍ରମ ଡାକରା ଦେଇଥିଲା। ଯଦିଓ ପୋଲିସ Y ଚ୍ୟାନେଲରେ ଏକ ବିକଳ୍ପ ସ୍ଥାନ ଦେଇଥିଲା, କିନ୍ତୁ ଯେତେବେଳେ ସେମାନେ ମେଟ୍ରୋ ଚ୍ୟାନେଲରେ ଶୋଭାଯାତ୍ରା କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ସେମାନଙ୍କୁ ଅଟକାଯାଇଥିଲା। ନୌସାଦ ସିଦ୍ଦିକି ଏବଂ ପ୍ରାୟ କୋଡ଼ିଏ ISF କର୍ମୀଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା ଏବେବି ଉତ୍ତେଜନା ଲାଗି ରହିଛି ଘଟଣା ସ୍ଥଳରେ











