ସାମ୍ବାଦିକ: ପ୍ରଶାନ୍ତ ରାଉଳ
କୋଲକାତା
ରାସ୍ତା ପାର୍ଶ୍ୱରେ ଥିବା ଏକ ତେଜରାତି ଦୋକାନ ସମ୍ମୁଖରେ ରଖାଯାଇଥିବା ପାଞ୍ଚ ଭଦ୍ରଲୋକର ପୋଷାକ ପିନ୍ଧି ଦୁଇଜଣ ବ୍ୟକ୍ତି ଚାରିଚକିଆ ଗାଡିରୁ ଓହ୍ଲାଇ ଏପଟ ସେପଟ ଦେଖି ରାସ୍ତା ପାର୍ଶ୍ବରେ ତେଜରାତି ଦୋକାନ ସମ୍ମୁଖରୁ ରଖାଯାଇଥିବା ପାଞ୍ଚ ବସ୍ତା ଲୁଣ ବସ୍ତା ନେଇ ଉଭାନ! ତେବେ ଲୁଣ ଚୋରି କରିବାକୁ ଚାରି ଚକିଆ ଗାଡ଼ିର ବ୍ୟବହାର? ଏପରି ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ, ରାଜ୍ୟ ପଶ୍ଚିମ ବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ସ୍ଥିତ କାଲନା ଥାନା ଅଧୀନ ନିଭୁଜି ମୋଡ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭୋର ପ୍ରାୟ ସାଢ଼େ ୪ଟା ସମୟରେ କାଲନା ଥାନା ଅଧୀନ ନିଭୁଜି ମୋଡରେ ଏହି ଘଟଣା ଘଟିଛି। ଏଠାରେ ଥିବା ପୀୟୁଷ ମଣ୍ଡଳଙ୍କ ତେଜରାତି ଦୋକାନର ସିସିଟିଭି ଫୁଟେଜ ଦର୍ଶାଉଛି ଯେ ଚୋରମାନେ ଏକ ଚାରି ଚକିଆ ଗାଡ଼ିରେ ଦୋକାନ ସମ୍ମୁଖରେ ପହଞ୍ଚିଥିଲେ। ଏପଟ ସେପଟ ଦେଖିବା ପରେ, ସେମାନେ ଦୋକାନ ସମ୍ମୁଖରେ ରଖାଯାଇଥିବା ପାଞ୍ଚ ବସ୍ତା ଟାଟା ଲୁଣ ନେଇ ଅଦୃଶ୍ୟ ହୋଇଯାଇଥିଲେ। ଚୋରମାନେ ଭଦ୍ରଲୋକର ପୋଷାକ ପିନ୍ଧିଥିଲେ। ଦୋକାନ ମାଲିକ ପିୟୁଷ ମଣ୍ଡଳ କହିଛନ୍ତି ଯେ ସେ ଏ ସମ୍ପର୍କରେ କାଲନା ଥାନାରେ ଏକ ଲିଖିତ ଅଭିଯୋଗ କରିବେ। ଏହି ଚୋରି ଘଟଣା ଜଣାପଡ଼ିବା ମାତ୍ରେ ପୂର୍ବରୁ ଲୁଣ ଚୋରିର ଆଉ ଦୁଇଟି ଘଟଣା ସାମ୍ନାକୁ ଆସିଛି। ଜାଣିବାକୁ ମିଳିଛି ଯେ କିଛି ଦିନ ପୂର୍ବରୁ କାଲନାର ଜିଉଧାରାର ଏକକାଚକା ମୋଡ ଏବଂ ପାଖ ଆଶ୍ରମପଡ଼ାରେ ଦୁଇଟି ଲୁଣ ଚୋରି ଘଟଣା ଘଟିଥିଲା। ତେବେ, ଚୋରମାନେ ବାଛି ବାଛି ଟାଟା କମ୍ପାନୀର ଲୁଣ ବସ୍ତା ନେଇ ସେଠାରେ ଅନ୍ୟ ଏକ କମ୍ପାନୀର ଲୁଣ ଛାଡି ଦେଇଥିଲେ। ଚାରି ଚକିଆ ଗାଡିରେ ଆସୁଥିବା ଲୁଣ ଚୋରି କଥା ହାସ୍ୟାସ୍ପଦ ମନେ ହେଉଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ ଗତ କିଛି ଦିନ ଧରି କାଲନା ସହରରେ ଏପରି ଘଟଣା ଘଟୁଛି।
ଲୁଣ ଚୋରି କରିବାକୁ ଚାରିଚକିଆ ଗାଡ଼ି ବ୍ୟବହାର: ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ
By Charcha News











