ପ୍ରବାସରେ ଜନ୍ମାଷ୍ଟମୀ ପାର୍ବଣରେ ପ୍ରବାସୀ ଓଡିଆ
ଉତ୍କଳ ଯାଦବ ସମାଜ କଲ୍ୟାଣ ସମିତିର ପଞ୍ଚମ ବର୍ଷ ଜନ୍ମାଷ୍ଟମୀ ମହୋତ୍ସବ
BY-ରାଜୀବ କୁମାର ଦାସ
କୋଲକାତା :ପ୍ରଭୁ ଶ୍ରୀକୃଷ୍ଣ ମାନବ କଲ୍ୟାଣରେ ଧରାଧାମକୁ ଅବତରି ଥିଲେ, ଦୁଷ୍ଟ ବିନାଶ କରି ଧର୍ମ ସ୍ଥାପନ ଲକ୍ଷ୍ୟରେ। କେବଳ ଯାଦବ ସମାଜ ନୁହେଁ, ସମଗ୍ର ମାନବ ସମାଜର ସେ ଆରାଧ୍ୟ ଦେବତା ବୋଲି କହିଲେ ଅତିଥିମାନେ। କୋଲକାତାର ବାଘାଯତିନ ପଲ୍ଲୀ ସଚ୍ଚିମାତା ହଲରେ ଉତ୍କଳ ଯାଦବ ସମାଜ କଲ୍ୟାଣ ସମିତି ଆୟୋଜିତ ଜନ୍ମାଷ୍ଟମୀ ମହୋତ୍ସବକୁ ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ ବିଶିଷ୍ଟ ସମାଜସେବୀ ଧନେଶ୍ବର ଜେନା। ସେ କହିଲେ କୃଷ୍ଣ ଚେତନା ହିଁ ବିଶ୍ବ ଚେତନା। ଯେତେବେଳେ ଧରାପୃଷ୍ଠ ଅନାଚାର, ବ୍ୟଭିଚାରରେ ଅତିଷ୍ଠ ସେତେବେଳେ ମାନବ ରୂପରେ ପ୍ରଭୁଙ୍କ ଅବତାର ଧରାପୃଷ୍ଠରେ। ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କଂସ ବଧ ସହ ନାନା ଉପାଖ୍ୟାନ ତୋଳି ଧରି ଏଧରଣ ଆୟୋଜନର ପ୍ରଂଶସା କରିଥିଲେ। ସମ୍ମାନୀତ ଅତିଥିଭାବେ ସମ୍ମାନୀତ ଅତିଥି ଭାବେ ପଦ୍ମାକର ଗୁରୁ ଯୋଗଦେଇ ଦୁରାଚାରି କଂସର ନାନା ଉପାଖ୍ୟାନ ତୋଳି ଧରିବା ସହ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ମାନବ ଜାତିର ଦେବତା ଓ ଆଦର୍ଶ ପୁରୁଷ ବୋଲି କହିଲେ। ଯଶୋବନ୍ତ ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଲେ ଓଡିଆମାନଙ୍କ ଧର୍ମିକ ଚେତନା ଅନନ୍ୟ। ସମିତି ସଭାପତି ଅରୁଣ କୁମାର ପଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଦାସ ଯାଦବ ମାନଙ୍କର ଏହି ମହାନ ପର୍ବ ସମଗ୍ର ସମାଜକୁ ଆଲୋକ ଦେଖାଇବ ବୋଲି କହିଥିଲେ। ଅଧ୍ୟକ୍ଷ ଅନନ୍ତ ସେନାପତି ପ୍ରାରମ୍ଭିକ ସୂଚନା ଦେଇଥିଲେ। ସମିତିର ଜନ୍ମଷ୍ଟମୀ ଉତ୍ସବ ଆରମ୍ଭ ହୁଏ ସଂଧ୍ୟା ୫ଟା ସମୟରେ। ସଂଧ୍ୟା ୭ଟା ସମୟରେ ହୁଏ ସଂଧ୍ୟାଆଳତି ସଂକୀର୍ତ୍ତନରେ ମାତନ୍ତି ଗୋପାଳ ମାନେ। ଅସ୍ଥାୟୀ ବେଦୀରେ ନନ୍ଦଲାଲଙ୍କୁ ପୁଜା କରାହୁଏ ପ୍ରଥାମାନି। ମହିଳାମାନଙ୍କ ହୁଳହୁଳି ଧ୍ବନି, କୀର୍ତ୍ତନ, ଘଣ୍ଟଧ୍ବନୀରେ ପ୍ରକମ୍ପିତ ହୁଏ। ଅନୁଷ୍ଠାନ ପକ୍ଷରୁ ନାଟ୍ୟ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରାଙ୍କୁ କଳାକାର ଆୱାର୍ଡରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଗଠନର ସଂପାଦକ ପ୍ରଶାନ୍ତ କୁମାର ଦାସ ସ୍ବାଗତ ଭାଷଣରେ କହିଲେ ପ୍ରବାସରେ ଭାଇଚାରା ସୃଷ୍ଟି ସହ ଗୋପାଳ ଭାଇମାନଙ୍କୁ ସଂଗଠିତ କରି ଜାତି, ଭାଷା ପାଇଁ କାମ କରିବା ଆମ ଲକ୍ଷ୍ୟ। ଭଜନ ସଂଧ୍ୟାରେ ଏମ. ଏମ୍ ମ୍ୟୁଜିକାଲ ଟ୍ରୁପ୍ସର କଣ୍ଠଶିଳ୍ପୀ ଡେଜି ସ୍ବାଇଁ, ମାନସ ରଞ୍ଜନ ଦାସ, ଅନ୍ନପୂର୍ଣ୍ଣା ଦାସ, ମେଘନାଙ୍କ ସଂଗୀତ ଥିଲା ମନଛୁଆଁ। ପୂଜକ କଳକାର ପଣ୍ଡା ସମସ୍ତ ପୂଜାକାର୍ଯ୍ୟ କରିଥିଲେ। ହଜାର ହଜାର କୃଷ୍ଣ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶରତ ଚନ୍ଦ୍ର ବାରିକ, ସରୋଜ ବେହେରା, ଧୃବ ଚରଣ ପରିଡା, ସନ୍ୟାସୀ ବେହେରା, ଗୋକୁଳା ନନ୍ଦ ପଲ୍ଲାଇ, ବେଣୁଧର ବେହେରା, ପ୍ରଶାନ୍ତ ନାୟକ, ମିହିର କୁମାର ଦାସ, ଦିପତ ରଞ୍ଜନ ଦାସ, ନିଶିକାନ୍ତ ନାୟକ, ବିଶ୍ବଜିତ ଦାସ, କୈଳାସ ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ମହାକୁଳ, ସୁବାସ ଚନ୍ଦ୍ର ସାହୁ, ଆଲୋକ ବାରିକ, ଆନନ୍ଦ ଚନ୍ଦ୍ର ବାରିକ, ଗୀତାଞ୍ଜଳି ବେହେରା, ଅରୁଣା ରାଣି ପଲ୍ଲାଇ, ଲିଜା ପଲ୍ଲାଇ, ମିନାକ୍ଷୀ ବେହେରା, ମନିଷା ବେହେରା, ପ୍ରତିନଳୀନୀ ବେହେରା, ପାଞ୍ଚାଳୀ ବେହେରା, କଳ୍ପନା ମହାକୁଳ, ରଞ୍ଜିତ ଦାସ ପ୍ରମୁଖ ପୂଜାର୍ଚ୍ଚନାରେ ମାତିଥିଲେ।
ଚର୍ଚ୍ଚା tv











