ଭୁବନେଶ୍ୱର ଟଙ୍କପାଣି ବ୍ରିଜ ଉପରୁ ବିଳମ୍ବିତ ରାତିରେ ଡେଇଁ ପଡିଲେ ଓଲଡ ଟାଉନ ବାରିକ ସାହିର ଭବାନୀ ଶଙ୍କର ଖଟେଇ। ରାତି ପ୍ରାୟ ସାଢେ ୧୦ଟାରୁ ୧୧ଟା ମଧ୍ୟରେ ଟଙ୍କପାଣି ବ୍ରିଜ ଉପରକୁ ଆସିଥିଲେ ଭବାନୀ।
ଭୁବନେଶ୍ୱର: ସ୍କୁଟିରେ ଆସିଲେ, ବ୍ରିଜ ଉପରେ ରଖିଦେଇ ହଠାତ କୁଆଖାଇ ନଦୀକୁ ଡେଇଁ ପଡିଲେ। ବ୍ରିଜ ଉପରୁ ନଦୀକୁ ଡେଇଁ ଯୁବକନିଖୋଜ। ଭୁବନେଶ୍ୱର ଟଙ୍କପାଣି ବ୍ରିଜ ଉପରୁ ବିଳମ୍ବିତ ରାତିରେ ଡେଇଁ ପଡିଲେ ଓଲଡ ଟାଉନ ବାରିକ ସାହିର ଭବାନୀ ଶଙ୍କର ଖଟେଇ। ରାତି ପ୍ରାୟ ସାଢେ ୧୦ଟାରୁ ୧୧ଟା ମଧ୍ୟରେ ଟଙ୍କପାଣି ବ୍ରିଜ ଉପରକୁ ଆସିଥିଲେ ଭବାନୀ। ହଠାତ କେହି କିଛି ବୁଝିବା ପୂର୍ବରୁ ସ୍କୁଟି ରଖି ବ୍ରିଜ ଉପରକୁ ଉଠି ନଦୀକୁ ଡେଇଁ ପଡ଼ିଥିଲେ। ଘଟଣା ବିଷୟରେ ଖବର ପାଇ ପ୍ରଥମେ ବାଲିଅନ୍ତା ଫାୟାର ଷ୍ଟେସନର ଗୋଟେ ଟିମ ଓ ଭୁବନେଶ୍ୱର ଫାୟାର ଷ୍ଟେସନର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।ଦୀର୍ଘ ସମୟ ଧରି ଭବାନୀଙ୍କୁ ଖୋଜା ଯାଇଥିଲେ ମଧ୍ୟ ତାଙ୍କୁ ପାଇନାହାନ୍ତି। ଆଜି ପୁଣିଥରେ ସର୍ଚ୍ଚ ଅପରେସନ ହେବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ। ତେବେ କେଉଁ କାରଣ ପାଇଁ ଭବାନୀ ନଦୀକୁ ଡେଇଁଲେ, ସେନେଇ ପରିବାର ଲୋକ ମୁହଁ ଖୋଲିନାହାନ୍ତି। ପୁଲିସ ଘଟଣାସ୍ଥଳରୁ ଭବାନୀଙ୍କ ସ୍କୁଟି ଜବତ କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭବାନୀ ସ୍କୁଟିରେ ଟଙ୍କପାଣି ବଜାର ପଟୁ ଆସି ବ୍ରିଜ ଉପରେ ଗାଡ଼ି ରଖି ନଦୀର ବ୍ଲକ ପାର୍ଶ୍ଵ ଲୋକ ମାଛ ଧରୁଥିବା ଗଣ୍ଡ ଆଡ଼କୁ ଡେଇଁ ପଡିଥିଲେ ଲ
ଚର୍ଚ୍ଚା TV











