ମାଲକାନଗିରି,୨୫|୦୮/୨୫ ମାନସ୍ ନେତାମ୍
ଜିଲ୍ଲାରେ ବର୍ତ୍ତମାନ ୟୁରିଆ ସାରର ଘୋର ଅଭାବ ଦେଖିବାକୁ ମିଳିଛି। ଯେଉଁଥିପାଇଁ ଚାଷୀ କୁଳରେ ବର୍ତ୍ତମାନ ଅସନ୍ତୋଷ ଦେଖାଦେଇଛି। ଜିଲ୍ଲାର ପ୍ରାୟତଃ ଅଧିକାଂଶ ବ୍ଲକରେ ବର୍ତ୍ତମାନ ୟୁରିଆ ସାର ମିଳିବା କଷ୍ଟ କର ହୋଇପଡ଼ିଛି। ଜିଲ୍ଲା ପ୍ରଶାସନ ୟୁରିଆ ସାର ଯୋଗାଇବାରେ ବିଫଳ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଯାହାଫଳରେ କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି ଏହାସହିତ ୟୁରିଆ ର କଳାବଜାରୀ ବଡ଼ି ଚାଲିଛି। ୟୁରିଆ ସାରକୁ ଚଢା ଦରରେ ବିକ୍ରୀ କରୁଛନ୍ତି । ଅସାଧୁ ବ୍ୟବସାୟୀମାନେ। ଏନେଇ ବର୍ତ୍ତମାନ ଚାଷୀ ମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଧାନ ଚାଷରେ ୟୁରିଆ ସାର ପକାଇବାର ନିତାନ୍ତ ଆବଶ୍ୟକତା ରହିଛିI ସାର ବସ୍ତା ପ୍ରତି ସରକାରୀ ଦର ୨୬୭ଟଙ୍କା ରହିଥିବା ବେଳେ ବିଭିନ୍ନ ସାର ଦୁକାନ ମାନଙ୍କରେ ୮ଶହ ରୁ ହଜାର ଟଙ୍କା, ଚଢା ଦରରେ ୟୁରିଆ ସାର ବିକ୍ରୀ କରୁଥିବା ଅଭିଯୋଗ ହେଉଛି I ଏଭଳି ସ୍ଥିତିରେ ଚାଷୀମାନେ ଅଧିକ ଚଢା ଦରରେ ସାର କିଣି ଶୋଷଣର ଶିକାର ହେବା ସହିତ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗୁଛି। ଏନେଇ ଆଜି ମାଲକାନଗିରି ଜିଲ୍ଲା ପୋଟେରୁ ବହୁମୁଖି ସମବାୟ ସମିତି ଲିମିଟେଡ ଅଧିନରେ ଥିବା ୮ଗୋଟି ପଞ୍ଚାୟତର ୫ଶହରୁ ଉର୍ଦ୍ଧ୍ବ ଚାଷୀ ଶିଖପାଲ୍ଲି ନିକଟ ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କୁ ଜୋରଦାର କରୁଛନ୍ତି। ଶେଷରେ ଦିର୍ଘ ସମୟ ରାଜ ରାସ୍ତା ଅବରୋଧ କରିଥିବା ଚାଷୀମାନଙ୍କୁ ମାଲକାନଗିରି ତହସିଲଦାର, ପୋଲିସ ସହିତ ପଟେରୁ ଲ୍ୟାମ୍ପ ଏମଡି ଘଟଣା ସ୍ଥଳରେ ପହଞ୍ଚି ଚାଷିମାନଙ୍କୁ ବୁଝାସୁଝା କରି ଅବରୋଧକୁ ହରାଇଛନ୍ତି। ଏବଂ ଖୁବ୍ ଶିଘ୍ର ଚାଷୀଙ୍କୁ ଆବଶ୍ୟକୀୟ ୟୁରିଆ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ତେବେ ଦେଖିବାକୁ ବାକି ଜିଲ୍ଲାରେ ୟୁରିଆ ସଙ୍କଟ କେବେ ଦୁର ହେଉଛି।











