ସାମ୍ବାଦିକ: ପ୍ରଶାନ୍ତ ରାଉଳ
କୋଲକାତା
ସୋମବର ରାତିରେ, ରାଜ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲର ରାଣୀତଲା ଥାନାର ଶିବନଗର ଘାଟ ଅଞ୍ଚଳରୁ ଚାରି ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ସେମାନେ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିଲେ ବୋଲି ଜାଣିବାକୁ ମିଳିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଆଲାମିନ ଶେଖ (୨୯), ସବ୍ବିର ହୋସେନ (୨୧), ମାମନ ଅଲି (୧୯) ଏବଂ ମହମ୍ମଦ ବିପ୍ଲବ (୨୭) ସମସ୍ତେ ରାଜଶାହୀ ଜିଲ୍ଲାର ଡମକରା ଥାନାର ବାସିନ୍ଦା। ସେମାନଙ୍କୁ ଆଜି ଲାଲବାଗ କୋର୍ଟରେ ହାଜର କରାଯାଇ ପୋଲିସ ହେପାଜତକୁ ନେବା ପାଇଁ ଆବେଦନ କରାଯାଇଥିଲା
ରାଜ୍ୟ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ରାଣୀତାଲାରେ ୪ ଜଣ ବାଂଲାଦେଶୀ ନାଗରିକ ଗିରଫ
By Charcha News











