ରାୟଗଡା
ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ କଂଗ୍ରେସ ଦଳର ଚକୁଣ୍ଡା ହାଟ ରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଦିନ 12 ରୁ 3 ପର୍ଯ୍ୟନ୍ତ ଏହି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ବ୍ଲକ କଂଗ୍ରେସ ସଭାପତି ବାଞ୍ଛାନିଧି ବେହେରା ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥିଭାବେ ବିଧାୟକ ଗୁଣୁପୁର ସତ୍ୟଜିତ ଗମାଙ୍ଗ ଯୋଗ ଦେଇଥିଲେ । ଦଳ କିପରି ମଜବୁତ୍ ହେବ ତାହା ଆଲୋଚନା ହୋଇଥିଲା।,ଏହି ସମୟ ରେ ବରିଷ୍ଠ କଂଗ୍ରେସ ନେତା ନୀଳ ମାଧବ ସାହୁ, ଜ଼ିଲ୍ଲା ପରିଷଦ ସଭ୍ୟ ତାଙ୍ଗାଡୁ ଶ୍ରୀଧର, ସାଂସଦ ପ୍ରତିନିଧି ଜି. ପ୍ରସାଦ ରାଓ,ପୂର୍ବତନ ପଦ୍ମପୁର ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝୀ, ସମିତି ସଭ୍ୟ ସୁଧୀର ଗୁରୁ, ପ୍ରକାଶ କଣ୍ଡାଗରୀ,ପୂର୍ବତନ ସରପଞ୍ଚ ଶ୍ରୀ କେଶବ ନିମାଲା, ଯୁବ ନେତା ରଞ୍ଜିତ ନାୟକ ବେହେରା, ଯୁବ ନେତା ପିଙ୍କୁ ଲାବଲା,ଜଗଦୀଶ ମଣ୍ଡାଙ୍ଗୀ, ସତ୍ୟ ଚୌଧୁରୀ, ଅଭିରାମ, ସୁଦର୍ଶନ ଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ l ଏହି କର୍ମୀ ସମ୍ମିଳନୀ ରେ 12 ଗୋଟି ପଞ୍ଚାୟତର ସମସ୍ତ କର୍ମୀଙ୍କ ସହ ସୁବିଧା ଅସୁବିଧା ବୁଝିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ, ଜଳ ସେଚନ ଓ ଅନ୍ୟାନ୍ୟ ସମସ୍ୟା ଉପରେ ପୁଙ୍ଖନା ପୁଙ୍ଖ ଆଲୋଚନା କରିଥିଲେ ।
କଂଗ୍ରେସ ର କର୍ମୀ ସମ୍ମିଳନୀ
By Charcha News











