ରାୟଗଡ଼ା:
ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା କୋଲନରା ଜଙ୍ଗଲ ଅଞ୍ଚଳରୁ ୨କଲରାପତରିଆ ବାଘ ଛାଲ ଜବତ ହୋଇଛି।ଏହି ଘଟଣା ୩୦ ଅଗଷ୍ଟ ୨୦୨୫ ତାରିଖରେ ମୁମ୍ବାଇ ଜୋନାଲ୍ ୟୁନିଟ୍ର ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI) ଦଳ ରାୟଗଡ଼ା ଜିଲ୍ଲାର କୋଳନାରା NH ପଥର ପାର୍ଶ୍ୱରେ ଗୁପ୍ତ ସୂଚନା ଆଧାରରେ ଅଚାନକ ଆସିବଚଢ଼ାଉ କରିଥିଲେ । ଏହି ସମୟରେ ଦୁଇଟି କଲରାପତରିଆ ବାଘ ଛାଲ କୁ ଜବତ କରିବା ସହ ୪ ଜଣ କୁ ଗିରଫ କରିଥିବା ବନ ବିଭାଗ ଆଜି ସୋମବାର ସୂଚନା ଦେଇଛି।
ସୂତ୍ରରୁ ମିଳିଥିବା ଖବର ଅନୁସାରେ, ୩୧ ଅଗଷ୍ଟ ୨୦୨୫ ତାରିଖରେ ଜବତ ହୋଇଥିବା କଲରାପତରିଆ ବାଘ ଛାଲ କୁ ରାୟଗଡ଼ା ରେଞ୍ଜ ଅଧିକାରୀଙ୍କୁ ଉଚିତ୍ ନିୟମାନୁସାରେ ହସ୍ତାନ୍ତର କରାଗଲା । ପରେ, ରେଞ୍ଜ ଅଧିକାରୀ ରାୟଗଡ଼ା, ବନ୍ୟଜୀବ ସୁରକ୍ଷା ଆଇନ ଅନୁସାରେ OR No – 93/2025-26 ରେ ମାମଲା ରେଜିଷ୍ଟର କରି କୋର୍ଟ ଚାଲାଣ କରିଥିଲା।
ଗିରଫ ଚାରିଜଣ ଙ୍କ ମଧ୍ୟ ରୁ ୨ଜଣ ମହାରାଷ୍ଟ୍ର ହୋଇଥିବା ବେଳେ ଆଉ ୨ଜଣ ରାୟଗଡ଼ା ଗୁଣପୁର ବୋଲି ଜଣା ପଡିଛି ।୪ ହେଲେ ପ୍ରଭାକର ନାୟକ,ମହାରାଷ୍ଟ୍ର ର ନାଗପୁର,ସେହିପରି ରାଜ କୁମାର ଗୁପ୍ତା, ନାଗପୁର,ଜଣା ପଡ଼ିଛି।ଆଉ ୨ହେଲେ ରାୟଗଡ଼ା ଜିଲ୍ଲା ଗୁଣପୁର
ମାଛ ଖୁଣ୍ଟି ଗ୍ରାମ ର ମହାଶ ହୁଇକା, ପୂଟାସିଂ ଥାନା ର
ଜିସୟା ଗୋମାଙ୍ଗୋ,ଘର୍ ଅଞ୍ଜରସିଂହ, ବୋଲି ଜଣା ପଡିଛି।
।ଚାରି କୁ କୋର୍ଟ ରେ ହାଜର କରିବା ପରେ ବେଲ ନାମଞ୍ଜୁର ପରେ ସେମାନଙ୍କୁ କାରାଗାର ପଠାଯାଇଛି।ତେବେ ଏହି ୨ବାଘ ର ବୟସ ୫ରୁ୬ ବର୍ଷ ହେବ ବୋଲି କୁହାଯାଇଥିବା ବେଳେ। ଗଜପତି ଅଞ୍ଚଳ ରୁ ଅଣାଯାଇ ରାୟଗଡ଼ା ରେ ଡିଲ ବେଳେ ମାଡ଼ି ବସିଥିଲେ ।ତେବେ ଆଉ କେଉଁ ମାନେ ଏଥିରେ ଜଡ଼ିତ ଅଛନ୍ତି ବନ ବିଭାଗ ତରଫରୁ ଅଧିକ ତଦନ୍ତ ଜାରି ରଖିଛି ବୋଲି ରାୟଗଡ଼ା ଏସିଏଫ ସୂଚନା ଦେଇଥିଲେ।
ଏହି ସଫଳ ଅଭିଯାନ ମାଧ୍ୟମରେ ପୁଣିଥରେ ପ୍ରମାଣିତ ହେଲା ଯେ, ବନ୍ୟଜୀବ ପାଚାରକାରୀମାନଙ୍କୁ ନେଇ କେନ୍ଦ୍ରୀୟ ତଦନ୍ତ ଏଜେନ୍ସୀମାନେ ସତର୍କ ଅଟନ୍ତି ଓ ବନ୍ୟଜୀବ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି ।











