ବାଲାଙ୍ଗିର/ ଦେବେନ୍ଦ୍ର ପୋଡ଼ : ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ର ମାନ୍ୟତା ମିଳିବା ପରେ ଅଞ୍ଚଳବାସୀ ଖୁସିବ୍ୟକ୍ତ ହେବାସହ ଉକ୍ତ ଅଂଚଳ ର ବୁଦ୍ଧିଜୀବୀ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କୁ ଭେଟି ଧନ୍ୟବାଦ ଜଣାଇଲେ l ଆଞ୍ଚଳିକ ବିକାଶ ପରିଷଦ ଲୋଇସିଂହା ଙ୍କ ପ୍ରଚେଷ୍ଟା ତଥା ଡବଲ ଇଞ୍ଜିନ ସରକାରରେ ଲୋଇସିଂହାବାସୀଙ୍କ ଦୀର୍ଘ ଦିନର ସ୍ଵପ୍ନ ଲୋକଙ୍କ ସରକାରରେ ସାକାର ହୋଇଛି ବୋଲି ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଆଜି ବାସ୍ତବ ରୂପ ନେଇଛି l ଲୋଇସିଂହାକୁ ଏନଏସି ର ମାନ୍ୟତା ମିଳିବା ଲୋଇସିଂହା ଅଂଚଳବାସି ଙ୍କ ପାଇଁ ଖୁସିର ବିଷୟ l ଏହି ଐତିହାସିକ ନିଷ୍ପତ୍ତି ପାଇଁ ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି l ଏହି ଅବସରରେ ବୁର୍ଡା ସରପଞ୍ଚ ଶ୍ରୀ ସୁଦିପ କୁମାର ସା, ଲୋଇସିଂହା ସରପଞ୍ଚ ଶ୍ରୀ ନବ କିଶୋର ନାଏକ, ବୁର୍ଡାର ପୂର୍ବତନ ସରପଞ୍ଚ ଶ୍ରୀ ପ୍ରହଲ୍ଲାଦ ସାହୁ, ଲୋଇସିଂହା ନାଗରିକ କମିଟିର ସମ୍ପାଦକ ଶ୍ରୀ ପ୍ରଶାନ୍ତ ବେହେରା, ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଭୂତନାଥ ନାଏକ, ଶଙ୍କର ସାହୁ, ପ୍ରଶାନ୍ତ ସାହୁ, ନୀରଜ କୁମାର ନାଗ, ଭୁବନେଶ୍ବର ଧରୁଆ ତଥା ବୁର୍ଡା ଏବଂ ଲୋଇସିଂହା ପଞ୍ଚାୟତର ବହୁ ସଂଖ୍ୟକ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ
ଲୋଇସିଂହା ଏନଏସି ମାନ୍ୟତା : ନଗର ଉନ୍ନୟନ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ
By Charcha News











