ମାଲକାନଗିରିତା: ସାମ୍ୱାଦିକ ମାନସ୍ ନେତାମ୍:-
ମାଲକାନଗିରି ଜିଲ୍ଲା ସଦରସ୍ଥିତ ସଂସ୍କୃତି ଭବନ ଠାରେ ମିରର ଅଫ୍ ମାଲକାନଗିରି ସଂଗଠନ ର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅନୁଷ୍ଠାନ ଏକ ହ୍ୱାଟସ ଅପ୍ ଗ୍ରୁପ୍ କୁ ନେଇ ଗଠିତ, ଏହି ସଂଗଠନ କୁ କେ. ଦେଶୀ ରାଜୁ ଆଚରି (ରାଜା ଭାଇ) ୨୦୨୦ ମସିହା ରେ ଆରମ୍ୱ କରିଥିଲେ lଏହି ସଂଗଠନ ର ମୁଖ୍ୟ ଲକ୍ଷ୍ୟ ଗାଁ ଆମର, ସମସ୍ୟା ଆମର, ସମାଧାନର ପ୍ରାୟାସ ମଧ୍ୟ ଆମର ବାର୍ତ୍ତା କୁ ଗାଁ ରୁ ଜିଲ୍ଲା ସଦର ପର୍ଯ୍ୟନ୍ତ ପହଞ୍ଚାଇବା l ଗାଁ ରେ ଛୋଟ ବଡ ସମସ୍ୟା ଯାହାକି କୌଣସି କାରଣ ରୁ ଲୋକଲୋଚନକୁ ଆସି ପାରୁ ନାହିଁ ଏବଂ ସମାଧାନ ପାଇଁ କିଏ ଚେଷ୍ଟା ମଧ୍ୟ କରୁ ନ ଥିବା ପରିଲକ୍ଷିତ କରି ଗ୍ରୁପ୍ ଗଠନ କରାଯାଇଛି l ଏହି ଗ୍ରୁପ୍ ରେ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାସ୍ଥରିୟ ସରକାରୀ ଅଧିକାରୀ ଓ ଜନ ପ୍ରତିନିଧି ତଥା ଜିଲ୍ଲାର ବିଭିନ୍ନ ସଙ୍ଗଠନ ର କର୍ମକର୍ତା ମାନଙ୍କୁ ସାମିଲ କରାଯାଇଛି l ଏବଂ ଗାଁ ଓ ଜିଲ୍ଲା ର ବୁଦ୍ଧିଜୀବୀ, ସାମ୍ୱାଦିକ ବନ୍ଧୁ, ସମାଜସେବୀ ମାନଙ୍କୁ ମଧ୍ୟ ସାମିଲ କରାଯାଇଛି l ସମସ୍ତ ଙ୍କ ସହ ଯୋଗାଯୋଗ ର ଶୁତ୍ର ହୋଇ ପାରିଛି l ସମସ୍ତଙ୍କୁ ଅନୁରୋଧ କରାଯାଇଛି କେବଳ ସ୍ଥାନୀୟ ସମସ୍ୟା ଛଡ଼ା ଅନ୍ୟ କୌଣସି ସମସ୍ୟା ପୋଷ୍ଟ କରାଇବାକୁ ମଧ୍ୟ ବାରଣ କରାଯାଇଛି l ଜାତି, ଧର୍ମ ଓ ରାଜନୀତି ରୁ ଉର୍ଦ୍ଦରେ ଲୋକଙ୍କ ସମସ୍ୟାକୁ କୁ ପ୍ରlଧlନ୍ୟ ଦିଆଯାଇଛି l ଲୋକଙ୍କ ସମସ୍ୟା ଫୋଟ କିମ୍ବା ଭିଡ଼ିଓ କରି ସମସ୍ୟା ବିଷୟ ରେ ଅବଗତ କରାଇଲେ ସଂପୃକ୍ତ ଅଧିକାରୀ ତୁରନ୍ତ ଏହାର ସମାଧାନ କରୁଛନ୍ତି l ଏହି ନିସ୍ବlର୍ଥ ପର ସେବା ପାଇଁ ବିଗତ ୫ ବର୍ଷ ଭିତରେ ଜଣେ ଜଣେ କରି ୯୫୦ଜଣ ସଦସ୍ୟ ଯୋଡ଼ି ହେlଇଛନ୍ତି l ସମସ୍ତେ ନିଜ ନିଜ ଦାୟିତ୍ବ ତୁଲାଇ ଏକ ସୁସ୍ଥ ସମାଜ କରିବାର ର ସହାୟକ ହୋଇପାରିଛନ୍ତି l ଏହି ସ୍ବଚ୍ଛ ଓ ନିର୍ମଳ ବିଚାରକୁ ଗାଁ ସ୍ତରରେ ପହଞ୍ଚାଇବା ପାଇଁ ସଦସ୍ୟ ମାନଙ୍କ ମତାମତ କ୍ରମେ ବ୍ଲକ ସ୍ତରୀୟ ଠାରୁ ଆରମ୍ଭ କରି ଆଜି ଜିଲ୍ଲା ସ୍ତରୀୟ ବୈଠକ ହୋଇଯାଇଛି l ଏହି ସଂଗଠନ ର ଗ୍ରୁପ୍ ମାଲକାନଗିରି ଜିଲ୍ଲା ବାସୀଙ୍କ ଗ୍ରୁପ୍ ,ଏଠାରେ ସମସ୍ତେ ସମାନ l ତେଣୁ ଦିନକୁ ଦିନ ଏହି ଗ୍ରୁପ୍ ଟି ଲୋକ ପ୍ରିୟଭାଜନ ହୋଇପାରିଛି ।











