ସାମ୍ବାଦିକ: ପ୍ରଶାନ୍ତ ରାଉଳ
କୋଲକାତା
କଲଚରାଲ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ କୋଲକାତା ସ୍ଥିତ ସତ୍ୟଜିତ ରାୟ ଅଡିଟୋରିୟମ ଆଇସିସିଆର ଠାରେ ଆନ୍ତର୍ଜାତୀୟ ମେଗା ଶାସ୍ତ୍ରୀୟ ଆଗମଣି ନୃତ୍ୟ ଏବଂ ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି ସଂଗଠନର ସଂପାଦକ ଡଃ ଉପେନ୍ଦ୍ର କୁମାର ଶର୍ମା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏଦିନର ଅନୁଷ୍ଠାନରେ ପଶ୍ଚିମବଙ୍ଗ ଓ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବ ନୃତ୍ୟ ଶିଳ୍ପୀମାନେ ଓଡିଶୀ, ଶାସ୍ତ୍ରୀୟ ଓ ଭାରତ ନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟ ଶେଷରେ ଶିଳ୍ପୀମାନଙ୍କୁ ସାର୍ଟିଫିକେଟ, ଉତ୍ତରୀୟ ଓ ମା’ ଦୁର୍ଗାଙ୍କ ଫଟୋଚିତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓଡିଶାରୁ ଆଗତ ମଞ୍ଚ ଅଭିନେତା ଅରୁଣ କୁମାର ପାତ୍ର, ମଞ୍ଚ ଅଭିନେତା ହିମାଂଶୁ ଶେଖର ମହାଳିକ, ଗୀତିକାର ସଂଗ୍ରାମ କେଶରୀ ବେହୁରା, ସଂଗୀତ ନିର୍ଦ୍ଦେଶକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦିନେଶ ମଲ୍ଲିକ, ଶିକ୍ଷୟତ୍ରୀ ତଥା ବିଶିଷ୍ଟ ଗୀତିକାର ନଳିନୀପ୍ରଭା ଦାସଙ୍କୁ ମହାମାୟା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରା, ଉପ-ସଭାପତି ତଥା ଭାରତ ନାଟ୍ୟମ ନୃତ୍ୟଶିଳ୍ପୀ ଡ଼ଃ ଅର୍ପିତା ଚାଟାର୍ଜୀ, ରାଜ୍ୟ କଳାକାର ସଂଘର ସଭାପତି ଚୈତନ୍ୟ ପାଇକ, ରବୀନ୍ଦ୍ର ଭାରତୀ ୟୁନିଭରସିଟିର ପ୍ରଫେସର ବାବୁ ମାନ୍ନା, କୋଲକାତା ହାଇକୋର୍ଟର ଆଇନଜୀବୀ ରାଜଶ୍ରୀ ମୁଖୋପାଧ୍ୟାୟ ମଞ୍ଚରେ ଉପସ୍ଥିତ ଥିଲେ ଭାରତ ନାଟ୍ୟମ ଡ଼ଃ ଦେବଯାନୀ ଚାଟାର୍ଜୀ ଓ ଅନ୍ୟ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ରାଜ୍ୟର ନୃତ୍ୟ ପରିବେଷଣ କରାଯାଇଥିଲା ଏଦିନ ସଂଧ୍ୟାରେ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଦର୍ଶକ











