ମାଲକାନାଗିରି/ମାନସ୍ ନେତାମ୍:-
କେବେହେଲେ ବିଦ୍ୟାଳୟକୁ ଯାଇ ନ ଥିବା ଏକ ଦିବ୍ୟାଙ୍ଗ ଛାତ୍ରୀ କୁମାରୀ ଲାଛି ମାଡ଼କାମି, ମାତା -ଦେବେ ମାଡ଼କାମି, ମାଟେରୁ, ଗ୍ରାମ ମାଟେରୁ (ଏସ୍ .ଏସ୍. ଡି ) ଉଚ୍ଚ ବିଦ୍ୟାଳୟଠାରେ ଦ୍ୱତୀୟ ଶ୍ରେଣୀରେ ନାମ ଲେଖା ଯାଇଛି । ସି. ଆର.ସି.ସି ଶ୍ରୀଯୁକ୍ତ ସୁଧୀର କୁମାର ବିଷୋଇ ଙ୍କ ପ୍ରଚେଷ୍ଟା ଫଳରେ ଉକ୍ତ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କୁ ବୁଝାଇ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତୀ ମନୋରମା ତ୍ରିପାଠୀ ଙ୍କୁ ଯୋଗାଯୋଗ କରି ନାମ ଲେଖା ସଫଳ କରାଯାଇ ପାରିଛି । ଏହି କଥା କୁ ନେଇ ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟତ୍ରି ଓ ଗ୍ରାମର ଭଦ୍ରବ୍ୟକ୍ତି ଙ୍କ ମନରେ ଏକ ଆଶା ଏବଂ ଶିକ୍ଷା ପ୍ରତି ଦୃଢ ବିଶ୍ବାସ ଓ ସମ୍ମାନ ମାଟେରୁ ଗ୍ରାମବାଶିଙ୍କର ମନରେ ଉଦିତ ହୋଇଛି । ସି. ଆର.ସି.ସି ମହୋଦୟ ଏବଂ ପ୍ରଧାନ ଶିକ୍ଷୟତ୍ରି ଉକ୍ତ ଛାତ୍ରୀର ମାତା ଙ୍କୁ ଫୁଲତୋଡା ଦେଇ ସମ୍ବଦ୍ଧିତ କରିଛନ୍ତି । ଏହା ଆମ ମାଲକାନଗିରି ଜିଲ୍ଲା ପାଇଁ ନିଶ୍ଚିତ ଏକ ଗୌରବର ବିଷୟ ଅଟେ ।











