ମାଲକାନଗିରି/ସାମ୍ୱାଦିକ ମାନସ୍ ନେତାମ୍ :-
ମାଲକାନଗିରି ରୋଟାରୀ କ୍ଲବ ତରଫରୁ ଆଜି ଆଓମା ଗୁରୁକୁଳରେ ଅନ୍ନପୂର୍ଣ୍ଣା ଦିବସ ପାଳନ କରାଗଲା। କ୍ଲବର ଅଧ୍ୟକ୍ଷ ଲବ ସାହୁ ଓ ସୋମ୍ପାଦକ ଦିଲିପ ସୋମାନୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ସଦସ୍ୟମାନେ ଗୁରୁକୁଳରେ ଥିବା ଅନାଥ ଶିଶୁମାନଙ୍କ ସହିତ ଏକାସାଥିରେ ମଧ୍ୟାହ୍ନ ଭୋଜନ କରିଥିଲେ।
ଏହି ସମୟରେ ସଦସ୍ୟମାନେ ଶିଶୁମାନଙ୍କୁ ଖାଇବା ପରସିଲେ , ଭୋଜନ ପରେ ସଦସ୍ୟମାନେ ଶିଶୁମାନଙ୍କ ସହିତ ସମୟ କାଟିଥିଲେ ଓ ସାମୁହିକ କାର୍ଯ୍ୟକଳାପରେ ଯୋଗଦେଇ ଆନନ୍ଦ ବାଣ୍ଟିଥିଲେ।
ଅଧ୍ୟକ୍ଷ ଲବ ସାହୁ କହିଲେ, “ରୋଟାରୀ କ୍ଲବ ସବୁବେଳେ ସମାଜସେବାରେ ଅଗ୍ରସର। ଅନ୍ନପୂର୍ଣ୍ଣା ଦିବସ ପାଳନ ମାଧ୍ୟମରେ ସମାଜରେ ଆହାରର ଅଧିକାର ଉପରେ ସଚେତନତା ସୃଷ୍ଟି ହେବା ଆମ ମୁଖ୍ୟ ଉଦ୍ଦେଶ୍ୟ।”
ସଚିବ ଦିଲିପ ସୋମାନୀ କହିଲେ, “ଗୁରୁକୁଳର ଶିଶୁମାନଙ୍କ ସହିତ ଏହି ଅନୁଭୂତି ଆମ ପାଇଁ ଅତ୍ୟନ୍ତ ସ୍ମରଣୀୟ। ଆଗାମୀଦିନରେ ଏହିପରି ସାମାଜିକ କାର୍ଯ୍ୟକ୍ରମକୁ ଜାରି ରଖିବାକୁ ଆମେ ପ୍ରତିବଦ୍ଧ।”
ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ସଦସ୍ୟମାନେ, ଗୁରୁକୁଳର ଶିକ୍ଷକ-ଶିକ୍ଷିକା ଓ ଶିଶୁମାନେ ବଡ଼ ସଂଖ୍ୟାରେ ଯୋଗଦେଇଥିଲେ।











