ପ୍ରଶାନ୍ତ ରାଉଳ/କୋଲକତା :-
ରାଜ୍ୟ ପଶ୍ଚିମବଙ୍ଗ ଦାର୍ଜିଲିଂ ପାହାଡ ରେ ପ୍ରବଳ ବର୍ଷାର ତାଣ୍ଡବ । ଭୟଙ୍କର ଭୂସ୍ଖଳନରେ ଭାଙ୍ଗିଲା ବ୍ରିଜ । ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଏହି ବିପର୍ଯ୍ୟୟ ରାଜ୍ୟ ସିକିମକୁ ସଡ଼କ ପଥ ଯୋଗାଯୋଗ ବିଚ୍ଛିନ୍ନ କରିଛି। ଦାର୍ଜିଲିଂରେ ଗତକାଲି ରାତିରେ ପ୍ରବଳ ବର୍ଷା ହୋଇ ମିରିକ ଏବଂ ସୁଖିଆ ପୋଖରୀ ଭଳି ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏହି ବିପର୍ଯ୍ୟାୟରେ ଆନକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଏବେ ବି ବିପଦ ମଧ୍ୟରେ ରହିଛନ୍ତି ଓ ତୀସ୍ତା ନଦୀ ରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବହୁ ଗ୍ରାମ ଓ ସଡକ ବନ୍ୟା ପାଣିରେ ବୁଡି ରହିଛି ପୋଲିସ ,ndrf, ଟିମ୍ sdrf ଟିମ୍ ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଭୂସ୍ଖଳନ ଯୋଗୁଁ ରାସ୍ତା ଗୁଡିକ କାଦୁଅ ତଳେ ପୋତିହୋଇରହିଛି। ସେପଟେ ଲଘୁଚାପ କ୍ଷେତ୍ର ପ୍ରଭାବରେ ସୋମବାର ସକାଳ ପର୍ଯ୍ୟନ୍ତ ଉପ ହିମାଳୟ ପଶ୍ଚିମବଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି କୋଲକତା ଆଲିପୂର୍ ପାଣିପାଗ ବିଭାଗ। ଦାର୍ଜିଲିଂ , କାଲିମପଙ୍ଗ, କୋଚ ବିହାର ଜିଲ୍ଲା ଜଳପାଇଗୁଡି ଜିଲ୍ଲା ଏବଂ ଆଲିପୁରଦୁଆର ଜିଲ୍ଲା ରେ ଅତି ପ୍ରବଳ ହେବା ନେଇ ସତର୍କତା ଜାରି କରାଯାଇଛି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାର୍ଜିଲିଂ ପରିସ୍ଥିତି କୁ ନେଇ ସେଠାକାର ପୋଲିସ ଓ ଜିଲ୍ଲା ପ୍ରଶାସନ ସହିତ କଥା ବାର୍ତ୍ତା ହେଇ ଛନ୍ତି କିପରି ପରିସ୍ଥିତି କୁ ନିୟନ୍ତ୍ରଣ କରା ଯିବ ତାହାକୁ ନେଇ ମଧ୍ୟ ଆଲୋଚନା କରୁଛନ୍ତି











