ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକାତା : ଗତକାଲି, ତ୍ରିପୁରା ରାଜ୍ୟ ପୋଲିସ ସାମ୍ନାରେ ବିଜେପି ଦଳ କର୍ମୀ ମାନେ ତୃଣମୂଳ କଂଗ୍ରେସ ଦଳର କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି! ତ୍ରିପୁରାରେ ତୃଣମୂଳ କଂଗ୍ରେସ ଦଳର କାର୍ଯ୍ୟାଳୟ ଭଙ୍ଗାରୁଜାକୁ ନେଇ ରାଜ୍ୟ ରାଜନୀତି ଉତ୍ତପ୍ତ ହୋଇଛି। ବୁଧବାର ସକାଳେ ତୃଣମୂଳର ଏକ ୫ ଜଣିଆ ପ୍ରତିନିଧି ଦଳ ତ୍ରିପୁରା ଅଭିମୁଖେ ଯାତ୍ରା କରିଛି। ଯିବା ପୂର୍ବରୁ, ତୃଣମୂଳ କଂଗ୍ରେସ ଦଳର ରାଜ୍ୟ ସାଧାରଣ ସମ୍ପାଦକ କୁନାଲ ଘୋଷ କୋଲକାତା ବିମାନବନ୍ଦରରୁ ବିଜେପିକୁ ଏକହାତରେ ନେଇଥିଲେ। ପୂର୍ବ ତ୍ରିପୁରାର ଅଭିଜ୍ଞତାକୁ ମନେ ପକାଇ ସେ କହିଛନ୍ତି, “ଆମର ନେତାମାନଙ୍କୁ ଆକ୍ରମଣ କରାଯାଇଛି। ଅଭିଷେକଙ୍କ ଗାଡ଼ି ଭଙ୍ଗାରୁଜା କରାଯାଇଛି। ପୂର୍ବ ଅଭିଜ୍ଞତା ମଧ୍ୟ ଭୟଙ୍କର। ଏବେ ବି ବିଭିନ୍ନ ଉପାୟରେ ଧମକ ଦିଆଯାଉଛି।” ଏହା ପରେ, ପ୍ରତିନିଧିମଣ୍ଡଳରେ ଥିବା ସାୟାନୀ ଘୋଷ କହିଛନ୍ତି, “ଏହି ଭାବନାକୁ ଦମନ କରାଯାଇପାରିବ ନାହିଁ। ସେମାନେ ତ୍ରିପୁରା କର୍ମୀଙ୍କ ପାଖରେ ଥିଲେ ଏବଂ ରହିବେ












