ବଲାଙ୍ଗିର /ଦେବେନ୍ଦ୍ର ପୋଡ଼ :-
ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଇଥିବା ଲୋୟର ସୁକତେଲ ପ୍ରକଳ୍ପ ଏବେ ପାଣିରେ ଭର୍ତ୍ତି ହୋଇଯାଇଛି ।ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିବାରେ ଲାଗିଛି । କିନ୍ତୁ ଯେଉଁମାନେ ଜମି ଓ ନିଜର ଭିଟାମାଟ ହରାଇଛନ୍ତି । ସେମାନଙ୍କ ଦୁଃଖ ଶୁଣି ନାହାଁନ୍ତି ସରକାର ଏବେ ଏମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ସରକାରଙ୍କୁ ଅନେକ ଥର ନିଜର ହକ ପାଇଁ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହିଁ | ଶେଷରେ ଆଜି ସକାଳ । ୧୦ଟା ରୁ ପାଟଣାଗଡ଼ ବଲାଙ୍ଗିର ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି ।
ଲୋୟର ସୁକତେଲ ବିସ୍ଥାପିତଙ୍କ ରାସ୍ତା ଅବରୋଧ
By Charcha News











