ଉଦଳା (ରାଜୀବ କୁମାର ବେହେରା): ବାତ୍ୟା ‘ମନ୍ଥା’ର ତାଣ୍ଡବ,
ବାତ୍ୟା ‘ମନ୍ଥା’ ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ସାଙ୍ଗକୁ ପବନ ର ବେଗ ଥିଲା। ଏହାର ପ୍ରଭାବରେ ଗତକାଲି ରାତିରେ ଘଟିଗଲା ଏକ ବଡ ଅଘଟଣ। କପ୍ତିପଦା ବ୍ଲକ ଅନ୍ତର୍ଗତ ମଝିଗଡ଼ିଆ ଗ୍ରାମ ପଞ୍ଚାୟତର ମଝିଗଡ଼ିଆ ଗ୍ରାମରେ ଘଟିଲା ଦୁର୍ଘଟଣା , ଘର ର କାନ୍ଥ ଭୁଶୁଡି ପଡିବାରୁ ବୃଦ୍ଧା ବାସନ୍ତି କିସ୍କୁ (୬୦) ଚାପି ହୋଇ ଗୁରୁତର ଅବସ୍ଥାରେ ଆହତ ହୋଇଥିଲେ।
ଘଟଣା ସମୟରେ ଘରେ କେହି ନଥିବାରୁ ବୃଦ୍ଧା ବାସନ୍ତି ଏକାକୀ ଥିଲେ। ବାତ୍ୟା ଓ ବର୍ଷା ରେ ଘରର ଆଜବେଷ୍ଟ ଓ କାନ୍ଥ ଭୁଶୁଡି ପଡି ତାଙ୍କୁ ଚାପି ଦେଇଥିଲା। ଫଳରେ ସେ ଚାପି ହୋଇ ରହିଥଲେ,ପରେ ଗ୍ରାମବାସୀ ଓ ଘରଲୋକେ ମିଶି ଉଦ୍ଧାର କରି ଗୁରୁତର ଅବସ୍ଥାରେ ତାଙ୍କୁ ଉଦଳା ଡାକ୍ତରଖାନାକୁ ଆଣିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସ୍ଥାନୀୟ ସୂତ୍ର ଅନୁସାରେ, ବାସନ୍ତି କିଛି ବର୍ଷ ପୂର୍ବରୁ ସ୍ୱାମୀଙ୍କୁ ହରାଇଥିଲେ ଏବଂ ବର୍ତ୍ତମାନ ସେ ଏକାକୀ ଜୀବନ ଯାପନ କରୁଥିଲେ। ଘଟଣା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ଛାଇଯାଇଛି।
ଖବର ପାଇ କପ୍ତିପଦା ପୋଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରିଛି ଓ ମାମଲା ନମ୍ବର ୪୭/୨୫ ରେ ରୁଜୁ କରିଛି। ଶବର ପୋଷ୍ଟମର୍ଟମ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।
ଉଦଳା ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବାସନ୍ତିଙ୍କ ମୃତ୍ୟୁ ଉପରେ ଗ୍ରାମବାସୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
କାଳ ସାଜିଲା ମନ୍ଥା : କାନ୍ଥ ତଳେ ଚାପି ହୋଇ ମହିଳା ମୃତ୍ୟୁ
By Charcha News











