ଉଦଳା (ରାଜୀବ କୁମାର ବେହେରା):
ଉଦଳା ବ୍ଲକ ଏବଂ ଟି ପି ଏନ୍ ଓ ଡି ଏଲ (TPNODL)ର ଉପଖଣ୍ଡ ଅଧିକାରୀ ଅଜୟ କୁମାର ସାହୁ ଙ୍କ ପ୍ରଚେଷ୍ଟା ରେ , ଉଦଳା ବ୍ଲକ ଅଧିକାରୀ ସମର୍ଜିତ କର ଙ୍କ ଅଧକ୍ଷତାରେ ବିଦ୍ୟୁତ ସମ୍ବନ୍ଧୀୟ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି l ଲୋକଙ୍କ ସୁବିଧା ଅସୁବିଧା କୁ ଆଖିଆଗରେ ରଖି ଟି ପି ଏନ୍ ଓ ଡି ଏଲ୍ (TPNODL) ପକ୍ଷରୁ ଗ୍ରାମ ଅଞ୍ଚଳରେ ଏକ ବିଶେଷ ବିଦ୍ୟୁତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଡିଜିଟାଲ ପେମେଣ୍ଟ, ସୋଲାର କନେକ୍ସନ, ବିଜୁଳି ବିଲ ଦେବାର ନୂତନ ପ୍ରଣାଳୀ ଓ ସୁରକ୍ଷିତ ବିଦ୍ୟୁତ ବ୍ୟବହାର ବିଷୟରେ ସ୍ପଷ୍ଟ ସୂଚନା ଦିଆଯାଇଥିଲା। ଏଥି ସହିତ (TPNODL) ର ବିଭିନ୍ନ ଲୋକାଭିମୁଖୀ ସାମାଜିକ ସେବା ଏବଂ ଦାଇତ୍ୱବୋଦ୍ଧ ତା ଉପରେ ଆଲୋଚନା କରାଯାଇ ଥିଲା l
ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ଉତ୍ସାହର ସହିତ ସହଭାଗ ନେଇ TPNODL ର ପଦକ୍ଷେପକୁ ସ୍ୱାଗତ କରିଥିଲେ।
ଅଧିକାରୀ ମହୋଦୟ ଗ୍ରାମବାସୀଙ୍କୁ ସୁଚିତ କରିଥିଲେ ଯେ, ଡିଜିଟାଲ ମାଧ୍ୟମରେ ବିଲ ଦେଲେ ସମୟ ଓ ଶ୍ରମ ଦୁଇଟି ବଞ୍ଚିବା ସହିତ ଅନେକ ସୁବିଧା ମିଳିପାରେ।
ଏହି ସଚେତନତା ଅଭିଯାନ ମାଧ୍ୟମରେ TPNODL ଗ୍ରାମ ଅଞ୍ଚଳରେ ଗ୍ରାହକମାନଙ୍କ ସହ ଅଧିକ ସଂଯୋଗ ସ୍ଥାପନ ଓ ସୁସଂଘଟିତ ବିଦ୍ୟୁତ ସେବା ଯୋଗାଣ ଦେବାକୁ ଉଦ୍ୟମ କରୁଛି।
ଏହି କର୍ମଶାଳା ରେ TPNODL ର ବାରିପଦା ମଣ୍ଡଳ ରୁ ମୁରାରୀ ମନହରପରୁଆ, ମାନସ ଶୁକ୍ଲା, ପ୍ରକାଶ ସାହୁ, ଉଦଳା ଡିଭିଜନ ବାଣିଜ୍ୟ ଅଧିକାରୀ ଅଚ୍ୟୁତ ମଣ୍ଡଳ ଯୋଗଦାନ କରିଥିଲେ l
ଶେଷରେ ଉଦଳା ବ୍ଲକ ଅଧିକାରୀ ଶ୍ରୀ ସମର୍ଜିତ କର ଏବଂ TPNODL ଯୋଗ ଦେଇଥିବା ଅଧିକାରୀ ଙ୍କ ପକ୍ଷରୁ ଗ୍ରାମବାସୀମାନଙ୍କୁ ସହଭାଗିତା ପାଇଁ ଧନ୍ୟବାଦ ଜଣାଇଥିଲେ ଓ ଆଗାମୀଦିନରେ ଏପରି କାର୍ଯ୍ୟକ୍ରମ ଅଧିକ ସଂଖ୍ୟାରେ ହେବାକୁ ଆଶା ବ୍ୟକ୍ତ କରିଥିଲେ।











