ଉଦଳା (ରାଜୀବ କୁମାର ବେହେରା )-ମୟୁରଭଞ୍ଜ ଜିଲ୍ଲା, ଖୁଣ୍ଟା ଥାନା ଅଧୀନ ବଡ଼ଖୁଣ୍ଟା ଗ୍ରାମ ନିକଟରେ ଆଜି ସକାଳେ ରାସ୍ତା କଡ଼ରୁ ଏକ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ମିଳିଥିବାରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।
ଘଟଣାସ୍ଥଳରେ ପ୍ରବଳ ଲୋକସମାଗମ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ମୃତକଙ୍କ ପରିଚୟ ଖପ୍ରାପାଳ ଗ୍ରାମର ଗଣେଶ ହେମ୍ବ୍ରମ ବୋଲି ଚିହ୍ନଟ ହୋଇଛି। ସେ ଗତକାଲି ଖୁଣ୍ଟା ହାଟକୁ ମାଂସ ଆଣିବାକୁ ଆସିଥିଲେ କିନ୍ତୁ ଘରକୁ ଫେରି ନଥିଲେ। ସକାଳେ ସ୍ଥାନୀୟ ଲୋକେ ରାସ୍ତା ପାର୍ଶ୍ୱରେ ମୃତଦେହକୁ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଖୁଣ୍ଟା ପୋଲିସ ଏବଂ ବାରିପଦା ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ତଦନ୍ତ ସମୟରେ ଘଟଣାସ୍ଥଳରୁ ଏକ ବାଇକର ଚାବି ଜବଦ ହୋଇଛି।
ପାଖରେ ପଡ଼ିଥିବା ଏକ ଇଟା ଦ୍ୱାରା ଅତ୍ୟନ୍ତ ଅମାନୁଷିକ ନିର୍ମମ ଭାବେ ହତ୍ୟା କରାଯାଇଥିବାର ସନ୍ଦେହ ପ୍ରକାଶ ପାଉଛି।
ମୃତକଙ୍କ ପରିବାରରେ ଶୋକର ଛାୟା ଛାଇଛି।
ଘଟଣାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବାବେଳେ, ପରିବାର ପୋଲିସଙ୍କୁ ଅପରାଧୀଙ୍କ ଶୀଘ୍ର ଗିରଫ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ପୋଲିସ ମୃତଦେହକୁ ଜବଦ କରି ୩୦୨/୨୫ ଧାରାରେ ମାମଲା ରୁଜୁ କରି, ଶବବ୍ୟବଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଇଛି। ଆଗକୁ ଆହୁରି ତଦନ୍ତ ଜାରି ରହିଛି।
ପୋଲିସ କେବେ ହତ୍ୟାକାରୀଙ୍କୁ ଗିରଫ କରିବ—ସମସ୍ତଙ୍କ ଦୃଷ୍ଟି ସେଇଠି ଅଟକିଛି।
ରାତିରେ ପଥରରେ ପିଟି ପିଟି ହତ୍ୟା : ରାସ୍ତା କଡ଼ରେ ରକ୍ତାକ୍ତ ଅବସ୍ଥାରେମିଳିଲା ଯୁବକଙ୍କ ମୃତଦେହ
By Charcha News












