ଉଦଳା (ରାଜୀବ କୁମାର ବେହେରା)
ପ୍ରତ୍ୟେକ ବର୍ଷର ଭଳି ପରମ୍ପରା ଅନୁଯାୟୀ ଏବର୍ଷ ମଧ୍ୟ ଉଦଳା ମହୋତ୍ସବ ଧୁମୁସା–୨୦୨୫ ପାଳନ ପାଇଁ ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନ ୩ଟାରେ ସନ୍ଧାନ ଗୃହ ଉଦଳାରେ ଅନୁଷ୍ଠିତ ହେଲା। ବୈଠକରେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ସଭାପତିତ୍ୱ କରିଥିଲେ।
ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ଉଦଳା ବିଧାୟକ ଭାସ୍କର ମଢେଇ। ସହ-ଅତିଥି ଭାବେ ନେଇଥିଲେ ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ଵାଳ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ପ୍ରକଳ୍ପ ପ୍ରଶାସକ (ଆଇଟିଡିଏ) ନରେନ୍ଦ୍ର ଖମାରୀ, ଓକିଲ ସଂଘ ସମ୍ପାଦକ ବସନ୍ତ କୁମାର ପରିଡା ଆଦି।
ବୈଠକରେ ୪ଟି ବ୍ଲକ, ଏନଏସି, ଆଇଟିଡିଏ ପଦାଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।
ସଭାରେ ମହୋତ୍ସବର ସ୍ଥାନ ଓ ତାରିଖ, କୋର କମିଟି ଗଠନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଅତିଥି ବାଛାଇବା, ପ୍ରଦର୍ଶନୀ ଷ୍ଟଲ, ସ୍ମରଣିକା ପ୍ରକାଶନ, ପ୍ରତିଭା ସମ୍ମାନ ଇତ୍ୟାଦି ବିଷୟ ଉପରେ ବିସ୍ତୃତ ଆଲୋଚନା ହେଲା।
ସଭାର ଆରମ୍ଭରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସରୋଜ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଲେ। ମହୋତ୍ସବ କମିଟିର ଉପଦେଷ୍ଟା ଏବଂ ବରିଷ୍ଠ ନାଗରିକ ସଭାପତି ଜୟଚନ୍ଦ୍ର ପତ୍ରୀଙ୍କ ଦେହାନ୍ତ ହେବାରୁ ଏକ ମିନିଟ୍ ନୀରବତା ପାଳନ କରାଗଲା।
ପୂର୍ବବର୍ଷର ଆୟ-ବ୍ୟୟ ରିପୋର୍ଟ ସେକ୍ସନ ଅଫିସର ରମେଶ ପୃଷ୍ଟି ପ୍ରସ୍ତୁତ କରିଥିଲେ। ବୈଠକ ଅନୁସାରେ ଏବର୍ଷ ମହୋତ୍ସବ ୧୪ ରୁ ୨୧ ଡିସେମ୍ବର — ମୋଟ ୮ ଦିନ ଧରି ଉତ୍ସବମୁଖର ପରିପାଟିରେ ପାଳିତ ହେବାକୁ ସିଦ୍ଧାନ୍ତ ଗ୍ରହଣ ହେଲା।
ଦିନକ୍ରମ ଅନୁଯାୟୀ ଦାୟିତ୍ଵ ବଣ୍ଟନ
୧୪ ଡିସେମ୍ବର (ଉଦଘାଟନ) – ଉପଖଣ୍ଡ ବ୍ୟବସ୍ଥାପନ
୧୫ ଡିସେମ୍ବର – ଉଦଳା ଏନଏସି
୧୬ ଡିସେମ୍ବର – ଖୁଣ୍ଟା ବ୍ଲକ
୧୭ ଡିସେମ୍ବର – ଗୋପବନ୍ଧୁନଗର ବ୍ଲକ
୧୮ ଡିସେମ୍ବର – ଉଦଳା ବ୍ଲକ
୧୯ ଡିସେମ୍ବର – ଆଇଟିଡିଏ, କପ୍ତିପଦା
୨୦ ଡିସେମ୍ବର – କପ୍ତିପଦା ବ୍ଲକ
୨୧ ଡିସେମ୍ବର (ଉଦ୍ଯାପନୀ) – ଉପଖଣ୍ଡସ୍ତରୀୟ ପାଳନ କମିଟି
ସ୍ମରଣିକା ପାଇଁ କବିତା, ପ୍ରବନ୍ଧ, ଗଳ୍ପ ଇତ୍ୟାଦି ଲେଖା ୦୨.୧୨.୨୦୨୫ ସୁଦ୍ଧା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ରଖାଯାଇଥିବା ବାକ୍ସରେ ଜମା କରିବାକୁ ଅନୁରୋଧ ହେଲା।
ସଭାର ଶେଷରେ ଆମେ ଭଞ୍ଜ କଳାକାର କ୍ଲବର ସଭାପତି ପ୍ରସନ୍ନ ଦାସ ଧନ୍ୟବାଦ ଜଣାଇବା ପରେ ବୈଠକ ସମାପ୍ତ ହେଲା।
କାର୍ଯ୍ୟକ୍ରମ ସଫଳ ହେବାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଜିତ ମହାପାତ୍ର, କରୁଣାକର ମହାନ୍ତ, ସତ୍ୟପ୍ରକାଶ ପାତ୍ର ଓ ବିଜୟ କୁମାର ରାୟ ମୁଖ୍ୟ ଭାବେ ସହଯୋଗ କରିଥିଲେ।












