ମାଲକାନଗିରି / ମାନସ୍ ନେତାମ୍
ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ମାଲକାନଗିରିର ବାଣିଜ୍ୟ ବିଭାଗ ଓ ଅର୍ଥନୀତି ବିଭାଗର ମିଳିତ ସହଯୋଗରେ ‘An Insight into Creative Destruction and the Nobel Prize in Economic Sciences 2025’ ଶୀର୍ଷକ ଏକଦିବସୀୟ ଆଲୋଚନା ଚକ୍ର ମହାବିଦ୍ୟାଳୟର ସ୍ମାର୍ଟ କ୍ଲାସ୍ରୁମ୍ ଠାରେ ବୁଧବାର ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଅର୍ଥନୀତି ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ମୀନତି ସାହୁ ଓ ସମ୍ମାନନୀୟ ଅତିଥି ଭାବରେ ମାଲକାନଗିରିର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଏବଂ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର ବରାଳ ଯୋଗଦେଇ ଉପରୋକ୍ତ ବିଷୟ ସଂପର୍କରେ ଗଭୀର ଆଲୋଚନା କରିଥିଲେ।
ଏହି ଆଲୋଚନା ଚକ୍ରରେ ଆଇ.କ୍ୟୁ.ଏ.ସିର ଆବାହକ ଡକ୍ଟର ଦେବାଶିଷ ପହି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅର୍ଥନୀତି ବିଭାଗର ଅଧ୍ୟାପକ ଗୁରୁପ୍ରସାଦ ଲେଙ୍କା ସଂଯୋଜନା କରିଥିଲା ବେଳେ ପାଠଚକ୍ର ସଂଯୋଜକ ତଥା ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ପ୍ରିତମ ମହଲା ଧନ୍ୟବାଦ ଅର୍ପଣ କରିଥିଲେ। ଅର୍ଥନୀତି ବିଭାଗର ଅଧ୍ୟାପିକା ମହୁଆ ଦାସ ଓ ଦଶମୀ ଚାଙ୍ଗୁଡିଆ ପାଠଚକ୍ର ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ/ ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।











