ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକାତା : ନାଟୁଆ ତୁଷାର କାନ୍ତ ବେହେରାଙ୍କୁ ହାଇଦ୍ରାବାଦ୍ର ହରିହର କଳା ଭବନରେ ରାଷ୍ଟ୍ରୀୟ କଳାକାର ସମ୍ମାନରେ ସମ୍ମାନୀତ କରିଲା (ଏସ୍ଆଇଏଫ୍ଏ) ସୋସାଇଟି ଫର୍ ଫେଡେରେଶନ ଆଣ୍ଡ ଆୱାର୍ଡ ରାଷ୍ଟ୍ରୀୟ କଳାକାର ସମ୍ମାନରେ ତାଙ୍କୁ ନାଟ୍ୟ କଳାରେ ଉତ୍କୃଷ୍ଟ ଅଭିନୟ ପାଇଁ ସମ୍ବର୍ଦ୍ଧିତ କଲେ ସମ୍ମାନିତ ଅତିଥି ସୁଗଥ କୋଟିନ୍ କଡୱ, ରୋଶନ ମାଦୁମାଗେ, ଡ଼ଃ ଆନନ୍ତ ବିରଦାର, ପ୍ରଫେସର ଡ଼ଃ ଡେମ୍ ଟାଟିଆନା ମୌଲ, ଅ୍ୟାମ୍ବାସାଡର ସୁଧା ଜେନ୍, ଡ଼ଃ ଦୀପକ ରାଉତ, ଡ଼ଃ ଏ. ଆର୍ସାମିଉଲ୍ଲାହ ଓ ଅଜେନ୍ଦ୍ର ଜେନା ତୁଷାର ବାବୁ ଅର୍ଦ୍ଧଶତାଦ୍ଦୀ ଧରି କୋଲକାତାରେ ଜୀବନଜୀବିକା ସହିତ ଯାତ୍ରା କଳାକୁ ନିଶା ଭାବେ ଗ୍ରହଣ କରିଛନ୍ତି ଟାଟା ଷ୍ଟିଲ କମ୍ପାନୀ କାର୍ଯ୍ୟାଳୟରୁ ଅବସର ପରେ ଏବେ ଯାତ୍ରା କଳାକୁ ପ୍ରାଧ୍ୟାନ୍ୟ ଦେଇ ନାନା ମଞ୍ଚରେ ନିଜର ଅଭିନୟର ଉତ୍କୃଷ୍ଟତା ପ୍ରତିପାଦନ କରିଚାଲିଛନ୍ତି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବଳଭଦ୍ରପୁର ପଞ୍ଚାୟତର ଛତ୍ରଧାରୀ ପାଟଣା ଗ୍ରାମରେ ପିତା ୰ ଭଗବାନ ପ୍ରସାଦ ବେହେରା, ମାତା ୰ ସୁଲୋଚନା ଦେବୀଙ୍କ ସୁଯୋଗ୍ୟ ସନ୍ତାନ ତୁଷାର କାନ୍ତ ବେହେରା ଏବେ ଜଣାଶୁଣା ନାଟ୍ୟ ନିର୍ଦ୍ଦେଶକ ଭାବେ ପରିଚିତ ତାଙ୍କୁ ସୋସାଇଟି ଫର୍ଫେଡେରେଶନ ଆଣ୍ଡ ଆୱାର୍ଡ ସଂସ୍ଥା ଦ୍ବାରା ଶ୍ରେଷ୍ଠ ନାଟ୍ୟ ନିର୍ଦ୍ଦେଶକ ସମ୍ମାନ ମିଳିଥିବାରୁ ତାଙ୍କୁ ପ୍ରବାସୀ ଓଡିଆ ସମାଜ ପକ୍ଷରୁ ଅଭିନନ୍ଦିତ କରାଯାଇଛି ଗତ ୭ ତାରିଖ ତାଙ୍କୁ ହାଇଦ୍ରାବାଦରେ ସମ୍ମାନୀତ କରାଯିବା ସହିତ ଅରୁଣ କୁମାର ପାତ୍ର ଓ ସଂଗ୍ରାମ କେଶରୀ ବେହୁରା ରାଷ୍ଟ୍ରୀୟ କଳାକାର ସମ୍ମାନରେ ହରିହର କଳା ଭବନ ହାଇଦ୍ରାବାଦ ଠାରେ ସମ୍ମାନିତ ହୋଇଛନ୍ତି
ତୁଷାରକାନ୍ତ ବେହେରାଙ୍କୁ ରାଷ୍ଟ୍ରୀୟ କଳାକାର ସମ୍ମାନ
By Charcha News












