ଉଦଳା – (ରାଜୀବ କୁମାର ବେହେରା) -ଦ୍ରୁତ ଗତି ନେଇ ଆଉ ଏକ ମହାବିପତ୍ତି। ମୟୁରଭଞ୍ଜ ଜିଲ୍ଲାର ଉଦଳା ଥାନା ଅଧୀନ ପାଟପୁର ନିକଟରେ ଆଜି ସକାଳେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ବାରିପଦାରୁ ଉଦଳା ଅଭିମୁଖେ ଆସୁଥିବା ଓମ୍ଫେଡ୍ ବୋଝେଇ 407 ଗାଡି ଭାରସାମ୍ୟ ହରାଇ ରାସ୍ତାକଡେ ଓଲଟିପଡିଛି।
ଗାଡି ଓଲଟିବା ସମୟରେ ଏହା ଏକ ବାହାଘର ପାଇଁ ରଖାଯାଇଥିବା ଜେନେରେଟର ଏବଂ ଟ୍ରାକ୍ଟର ଡାଲାକୁ ଜୋରଦାର ଧକ୍କା ଦେଇଛି। ଧକ୍କା ଏତେ ଭୟଙ୍କର ଥିଲା କି ଗାଡିଟି ପ୍ରାୟ ଗୁଣ୍ଡ ହୋଇଯାଇଛି।
ସୂଚନା ଅନୁସାରେ, ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡି ନିୟନ୍ତ୍ରଣ ହରାଇ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା ରହିଛି।
ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବାବେଳେ ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ପରେ ଗୁରୁତର ଆହତ ଡ୍ରାଇଭରଙ୍କୁ ଦ୍ରୁତ ବେଗରେ ଉଦଳା ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଅବସ୍ଥା ଗମ୍ଭୀର ଥିବାରୁ କାର୍ଯ୍ୟରତ ଡାକ୍ତର ତାଙ୍କୁ ବାରିପଦା ହସପିଟାଲକୁ ସ୍ଥାନାନ୍ତର କରିଛନ୍ତି।
ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଉଠାଇବା ସହିତ ବିସ୍ତୃତ ତଦନ୍ତ ଆରମ୍ଭ କରିଛନ୍ତି












