ସାମ୍ବାଦିକ : ରାଜୀବ କୁମାର ବେହେରା
ମୟୁରଭଞ୍ଜ : ଉଦଳା ବ୍ଲକ ଅଧୀନ ଭୀମତାଳି ଗ୍ରାମର ପରିଚିତ ସମାଜସେବୀ ତଥା ଉଦଳା ବ୍ଲକ ଉପାଧ୍ୟକ୍ଷ ରଜନୀ ଦାସଙ୍କ ପିତା ଯୋଗେନ୍ଦ୍ର ଦାସଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି ଶ୍ରୀ ଦାସ ଗତ କିଛି ମାସ ଧରି ଶରୀର ଅସୁସ୍ଥତାରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଛାତିରେ ଯନ୍ତ୍ରଣା ପାଇଁ ଦୀର୍ଘ ସମୟ ଧରି ସେ ଚିକିତ୍ସା ନେଉଥିଲେ। ତେବେ ଗତକାଲି ବିଳମ୍ବିତ ରାତ୍ରି ସମୟରେ ତାଙ୍କର ଦୁଃଖଦ ଦେହାନ୍ତ ଘଟିଛି । ପୂର୍ବରୁ ଯୋଗେନ୍ଦ୍ର ସ୍ତ୍ରୀ ଅଫେରା ରାଇଜକୁ ଚାଲି ଯାଇ ଥିଲେ ଆଉ ଏବେ ନିଜେ ଶବ ହୋଇ ନିରବି ହୋଇ ଗଲେ l ଆଜି ସକାଳ ପ୍ରାୟ ୧୦ଟା ସମୟରେ ତାଙ୍କର ମୃତଦେହ ଗ୍ରାମକୁ ଆଣାଯାଇଥିଲା। ସେ ଜଣେ ମିଷ୍ଟ ଭାସି ସରଳ ପ୍ରଭାବର ମଣିଷ ଥିଲେ, ତଥା ଭୀମତାଳି ଗ୍ରାମର ବରିଷ୍ଠ ମୁଖିଆ ଥିଲେ l ଏହି ଦୁଃଖଦ ସମାଚାର ଶୁଣି ଉଦଳା ର ପୂର୍ବତନ ନଗର ପାଳ ମନୋଜ ମହାନ୍ତି ( ମୁକୁ ମହାନ୍ତି ), ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ତାଙ୍କୁ ଭଲ ପାଉଥିବା ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ଗ୍ରାମବାସୀ, ଅଞ୍ଚଳର ବହୁ ସମାଜସେବୀ, ଜନପ୍ରତିନିଧି ଓ ସାଧାରଣ ଲୋକେ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକାକୁଳ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।












