ଉଦଳା – (ରାଜୀବ କୁମାର ବେହେରା ) – ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ମାଙ୍କଡା ପଥର ମାଫିଆଙ୍କ ଆତଙ୍କ ଦିନକୁ ଦିନ ବଢ଼ୁଥିବା ବେଳେ, ଗତକାଲି ଏକ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ, ଗତ ଅକ୍ଟୋବର ମାସରେ ବନବିଭାଗ OD-01L-7700 ନମ୍ବର ବିଶିଷ୍ଟ “ଅଭିରାମ” ଲେଖା ଥିବା ଏକ ଟାଟା 407 ମାଙ୍କଡା ପଥର ଚାଲାଣ ଗାଡ଼ିକୁ ଜବଦ କରିଥିଲା। ଏହା ପରେ ଉକ୍ତ ଗାଡ଼ି ଉପରେ ମୋଟା ଅଙ୍କର ଜରିମାନା ଆରୋପ କରାଯାଇଥିଲା।
ଏହି ଘଟଣାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ମାଫିଆମାନେ ସୁଯୋଗ ଖୋଜୁଥିବା ବେଳେ, ଗତକାଲି ବିଳମ୍ବିତ ରାତ୍ରିରେ ଉଦଳା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ବନବିଭାଗର ଜଣେ ପାରା ଫରେଷ୍ଟର ଅନନ୍ତ ନାରାୟଣ ଚୌଧୁରୀ ଙ୍କ ଉପରେ ଅତର୍କିତ ଭାବେ ମରଣାତ୍ମକ ଆକ୍ରମଣ କରାଯାଇଥିଲା।
ତିନିଜଣ ମାଫିଆ ପିଛା କରି ଏକାକୀ ପାଇ ଉକ୍ତ ବନ କର୍ମଚାରୀଙ୍କୁ ଲହୁଲୁହାଣ କରିଥିବା ବେଳେ, ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ଦୁଇଜଣ ମାଫିଆ ଖସି ପଳାଇଯାଇଥିବା ବେଳେ, ଜଣେ ଅଭିଯୁକ୍ତକୁ ପୋଲିସ ଧରି ଥାନାକୁ ନେଇ ପଚରାଉଚରା ଜାରି ରଖିଛି।
ଘଟଣାକୁ ନେଇ ବନ କର୍ମଚାରୀ ଉଦଳା ଥାନାରେ ତିନିଜଣ ମାଫିଆଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରି, ଦୋଷୀଙ୍କୁ କଡା ଶାସନ ଓ ନ୍ୟାୟ ଦାବି କରିଛନ୍ତି। ତେବେ ଉକ୍ତ ପାରା ଫରେଷ୍ଟର ମୃତ୍ୟୁ କୁ ଭୟ ନକରି ଶିମିଳିପାଳ ପାଇ ଗର୍ବ କରି ସେ କହିଛନ୍ତି ପିଣ୍ଡରେ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ମାଫିଆ ଙ୍କ ଉପରେ ଚଢ଼ାଉ ଜାରି ରହିବ l
ଏବେ ପ୍ରଶ୍ନ ଉଠୁଛି— ଏଭଳି ବନବିଭାଗ ର ସଚ୍ଚା
ସରକାରୀ କର୍ମଚାରୀଙ୍କ ଉପରେ ମରଣାତ୍ମକ ଆକ୍ରମଣ କରୁଥିବା ଅଭିଯୁକ୍ତମାନଙ୍କୁ କେବେ ପୋଲିସ ଧରୁଛି ?
ଆକ୍ରୋଶର ଶିକାର ହୋଇଥିବା ବନ କର୍ମଚାରୀଙ୍କୁ କେଉଁ ପ୍ରକାର ନ୍ୟାୟ ମିଳିବ?
ଉଦଳା ରେ ବନ କର୍ମଚାରୀଙ୍କ ଉପରେ ମରଣାତ୍ମକ ଆକ୍ରମଣ
By Charcha News












