ପ୍ରଶାନ୍ତ ରାଉଳ/କୋଲକାତା: ଏସ୍ଆଇଆର୍ ଆତଙ୍କରେ ଅନିଲ ସିଂହ ନାମକ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଗୋୟାଲପୋଖର ଥାନା କାମତ ସମ୍ବଲପୁର ଗ୍ରାମରେ ଘଟିଛି। ଖବର ପାଇବା ପରେ ଗୋୟାଲପୋଖର ବିଧାୟକ ତଥା ରାଜ୍ୟ ମନ୍ତ୍ରୀ ଗୋଲାମ ରବାନୀ ମୃତକଙ୍କ ଘରକୁ ଦୌଡ଼ି ଯାଇଥିଲେ। ପରିବାରର ଅଭିଯୋଗ ଯେ ଅନିଲ ସିଂହ ନାମକ ବ୍ୟକ୍ତି ଦୀର୍ଘ ସମୟ ଧରି ଏସ୍ଆଇଆର୍ ଆତଙ୍କରେ ଥିଲେ। ସେ ଘରେ ବସି ତାଙ୍କ ପରିବାର ସଦସ୍ୟଙ୍କୁ କାଗଜପତ୍ର ଦାଖଲ କରିବାକୁ କହୁଥିଲେ। ହଠାତ୍ ଚେୟାରରେ ବସିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ଖବର ପାଇବା ପରେ ରାଜ୍ୟ ମନ୍ତ୍ରୀ ଗୋଲାମ ରବାନୀ ମୃତକ ଅନିଲ ସିଂହଙ୍କ ପରିବାରକୁ ଭେଟିବାକୁ ଘରକୁ ଯାଇଥିଲେ। ଘଟଣାକୁ ନେଇ ଦୁଃଖ ପ୍ରକାଶ କରି ସେ ଏହି ମୃତ୍ୟୁ ପାଇଁ ନିର୍ବାଚନ କମିଶନ ଏବଂ ଶୁଭେନ୍ଦୁ ଅଧିକାରୀଙ୍କୁ ଦାୟୀ କରିଛନ୍ତି। ଯଦି ପରିବାର ଚାହିଁବେ, ତେବେ ଏକ ଏଫ୍ଆଇଆର୍ ରୁଜୁ କରାଯିବ।
ପୁଣି ରାଜ୍ୟ ପଶ୍ଚିମବଙ୍ଗର ଗୋୟାଲପୋଖର ଥାନା କାମର ସମ୍ବଲପୁର ଗ୍ରାମରେ ଏସ୍ଆଇଆର୍ ଆତଙ୍କରେ ଜଣେ ବୃଦ୍ଧଙ୍କ ମୃତ୍ୟୁ
By Charcha News












