ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା
ରାୟଗଡା ବନବିଭାଗ ମିଳିଛି ସଫଳତା। କାଶୀପୁର ଅଞ୍ଚଳରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ। ଏଥିରେ ୫ଜଣ ଗିରଫ ହୋଇଛନ୍ତି।ଗିରଫ ୫ ଜଣ କାଶୀପୁର ଅଞ୍ଚଳର ବୋଲି ଜଣାପଡିଛି।ରାୟଗଡା ଡିଏଫଓ ଓ କଳାହାଣ୍ଡି ଡିଏଫଓଙ୍କ ନେତୃତରେ ଚଢାଉ କରାଯାଇ ସମସ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।କାଶୀପୁର ସଦର ମହୋକୁମା ସ୍ଥିତ ହନୁମାନ ମନ୍ଦିର ନିକଟରେ ଏହି ବାଘ ଚମଡାକୁ ପ୍ରାୟ ୩୦ ଲକ୍ଷ ବିକ୍ରୀ କରିବା ପାଇଁ ଯୋଜନା ଚାଲୁଥିଲା। କୌଣସି ସୂତ୍ରରୁ ଏହି ଚାଲାଣ ସମ୍ପର୍କରେ ଖବର ପାଇ ବନ ବିଭାଗ ଅଭିଯୁକ୍ତମାନଙ୍କୁ ଟ୍ରାକ କରିଥିଲେ ।ଏହି ସୂଚନା ଆଧାରରେ କାଶୀପୁର ହନୁମାନ ମନ୍ଦିର ନିକଟରେ ବାଘ ଚମଡା ବିକ୍ରିକରିବାକୁ ଯୋଜନା କରୁଥିବା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ମାଡି ବସିଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଜଂର ସୂଚନା ଦେଇଛନ୍ତୀ। ଏହି ଘଟଣାରେ ତଦନ୍ତ ଚାଲିଛି ବୋଲି ରେଜଂର ପ୍ରକାସ କରିଛନ୍ତି।ଅଭିଯୁକ୍ତ ମାନଙ୍କ ଠାରୁ ଦୁଈଟି କଲରାପତରିଆ ବାଘ ଛାଲ,୩ଟି ମୋଟର ସାଇକଲ,୪ଟି ମୋବାଇଲ ଫୋନ,ଗୋଟିଏ ଧାରୁଆ ଛୁରି ଜବତ କରାଯାଇଥିବା ସୂଚନା ମିଳିଛି।ଅଧିକ ବନ ବିଭାଗ ତଦନ୍ତ କରୁଥିବା କହିଛି।












