ତାରିଖ-୦୪-୦୧-୨୦୨୬
ସାମ୍ବାଦିକ ପ୍ରଶାନ୍ତ ରାଉଳ
କୋଲକାତା : ରାଜ୍ୟ ପଶ୍ଚିମବଙ୍ଗର ମହାନଗରୀ କୋଲକାତାର ଆଇସିସିଆର ସତ୍ୟଜିତ ରାୟ ଅଡିଟୋରିୟମରେ ଓଡିଶୀ ଆଶ୍ରମ ପକ୍ଷରୁ ରବିବାର ସଂଧ୍ୟାରେ ଚତୁର୍ଥ ଚନ୍ଦ୍ରକଳା ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଗଲା। ଉତ୍ସବକୁ ପ୍ରଖ୍ୟାତ ଓଡିଶୀ ନୃତ୍ୟଗୁରୁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରଷ୍କାର ପ୍ରାପ୍ତ ଆଲୋକା କାନୁନଗୋ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଲେ। ତାଙ୍କୁ ସ୍ବର୍ଗତ ଗୁରୁ ଗିରିଧାରୀ ନାୟକ ସ୍ମୃତି ଚନ୍ଦ୍ରକଳା ସମ୍ମାନରେ ସମ୍ମାନୀତ କରିଲେ ଉତ୍ସବର ନିର୍ଦ୍ଦେଶିକା ତମାଳିକା ନାୟକ, କଥକ ନୃତ୍ୟଶିଳ୍ପୀ ରାହୁଳ ଦେବ ମଣ୍ଡଳ, ଗୁରୁ ସନ୍ଦୀପ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାହେଲା ଚନ୍ଦ୍ରକଳା ସମ୍ମାନରେ। ଅତିଥି ନୃତ୍ୟଶିଳ୍ପୀ ଅନୁସୟା ସୁର ମଣ୍ଡଳଙ୍କ ନୃତ୍ୟ ଥିଲା ଅନ୍ୟାନ୍ୟ।ଏଦିନ ସଂଧ୍ୟାରେ ଓଡିଶୀ ନୃତ୍ୟରେ ଝୁମିଲେ ଦର୍ଶକ।
ଓଡିଶୀ ଆଶ୍ରମର ଚତୁର୍ଥ ଚନ୍ଦ୍ରକଳା ନୃତ୍ୟ ଉତ୍ସବରେ ଆଲୋକା କାନୁନ୍ଗୋ ଚନ୍ଦ୍ରକଳା ସମ୍ମ୍ନାନରେ ସମ୍ମାନୀତ ହେଲେ
By Charcha News












