ଉଦଳା/କପ୍ତିପଦା:(ରାଜୀବ କୁମାର ବେହେରା)- ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଶାଳଚୁଆ ଗ୍ରାମ ପଞ୍ଚାୟତର ନେଦାମ ସାଗର ସାହି (ସାଗର ସାହି) ଗ୍ରାମରେ ଏବେ ଭୟାବହ ଆକାର ନେଇଛି ପାଣି ସମସ୍ୟା। ପ୍ରାୟ ୩୦–୪୦ ପରିବାର ପାଇଁ ମାତ୍ର ଗୋଟିଏ ଟ୍ୟୁବୱେଲ ଥିବାରୁ ସମଗ୍ର ଗ୍ରାମ ପାଣି ପାଇଁ ହାହାକାର କରୁଛି।
ଏହି ସମସ୍ୟା ମଧ୍ୟରେ ଗତକାଲି ଘଟିଛି ଏକ ହୃଦୟବିଦାରକ ଘଟଣା। ଗ୍ରାମର ୪୩ ବର୍ଷୀୟ ଗାଙ୍ଗୀ ସାବଡ଼ ପାଣି ଆଣିବାକୁ ନିକଟସ୍ଥ ଏକ ଖୋଲା ଓ ଅସୁରକ୍ଷିତ ଚୁଆ (କୂଅ) ପାଖକୁ ଯାଇଥିବା ବେଳେ ପାଦ ଖସିଯାଇ ଚୁଆ ଭିତରେ ପଡ଼ି ଯାଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଛି।
ଘଟଣା ପରେ ସମଗ୍ର ଗ୍ରାମ ଶୋକାକୁଳ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ। ଗ୍ରାମବାସୀମାନେ କହୁଛନ୍ତି, ପାଣି ଅଭାବ ଓ ଅସୁରକ୍ଷିତ ଚୁଆ ଏହି ମୃତ୍ୟୁର ପ୍ରଧାନ କାରଣ। ଦୂଷିତ ପାଣି ପାଇଁ ଗ୍ରାମରେ କିଡ଼ନୀ ସମସ୍ୟା ର ଆତଙ୍କ, ସୁଦ୍ଧ ପାଇଁ ପାଇଁ ବାଜିରେ ଜୀବନ, ବିଶୁଦ୍ଧ ପାଣି ପାଇଁ ଗାଁ ରେ ଗଡୁଛି ନିରୀହ ମୁଣ୍ଡ, ନିରବଦ୍ରଷ୍ଟା ପ୍ରଶାସନ, ଅଭିଯୋଗ ପରେ ଅଭିଯୋଗ ହେଉଛି, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ l
ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୪/୨୬ ତାରିଖରେ ଏକ ମାମଲା ରୁଜୁ କରି ଶବକୁ ଉଦଳା ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଯାଇଥିଲା।
ଏକ ପଟେ ପାଣି ସଙ୍କଟ, ଅନ୍ୟ ପଟେ ଦୂଷିତ ପାଣି ଯୋଗୁଁ କିଡନୀ ରୋଗର ଆତଙ୍କ—ଏହି ଦୁଇଟି ସମସ୍ୟା ଗ୍ରାମବାସୀଙ୍କ ଜୀବନକୁ ବିବ୍ରତ କରି ଦେଇଛି। ତଥାପି ସ୍ଥାନୀୟ ପ୍ରଶାସନ ନିରବ ରହିଥିବା ଅଭିଯୋଗ କରୁଛନ୍ତି ଲୋକେ।
ଗ୍ରାମବାସୀମାନେ ପ୍ରଶ୍ନ କରୁଛନ୍ତି—
କେବେ ସମାଧାନ ମିଳିବ ପାଣି ସମସ୍ୟାର? କେତେ ଆଉ ଜୀବନ ଯିବା ପରେ ପ୍ରଶାସନ ଜାଗିବ?
ଦୁର୍ଘଟଣା ରେ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଦେବା ଦାବି କରିଛନ୍ତି।
ପାଣି ଅଭାବ ନେଲା ନିରୀହ ଜୀବନ: ଚୁଆରେ ପଡ଼ି ମହିଳାଙ୍କ ମୃତ୍ୟୁ, ଗ୍ରାମରେ ଶୋକ
By Charcha News












