ଉଦଳା: (ରାଜୀବ କୁମାର ବେହେରା ) -ମୟୁରଭଞ୍ଜ ଜିଲ୍ଲା ଉଦଳା ବନବିଭାଗ ଅଧୀନ କଇଁସାରି ବାବୁସାହି ଗ୍ରାମରେ ଭାଲୁ ଆତଙ୍କ ଚରମ ସୀମାକୁ ପହଞ୍ଚିଛି। ସାଙ୍ଗମାନଙ୍କ ସହ ଘର ପାଖରେ ଥିବା ପୋଖରୀକୁ ଶୌଚ ପାଇଁ ଯାଇଥିବା ଯୁବତୀ ଜଣେ ହଠାତ୍ ଜଙ୍ଗଲୀ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗ୍ରାମର ରୁହ୍ୟା ସୋରେନ ଙ୍କ ଝିଅ ରାଇମାତ ସୋରେନ ସାଙ୍ଗମାନଙ୍କ ସହ ବିଲ ନିକଟସ୍ଥ ପୋଖରୀକୁ ଶୌଚ ପାଇଁ ଯାଇଥିବା ସମୟରେ ଅଚାନକ ଦୁଇଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ଭୟରେ ସାଙ୍ଗମାନେ ପଳାଇ ଯାଇଥିବା ବେଳେ ରାଇମାତ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ତେବେ ତାଙ୍କ ବାମ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି।
ଆକ୍ରମଣ ପରେ ଯୁବତୀ ଜଣକ ଚିତ୍କାର କରିବାରୁ ଗ୍ରାମବାସୀ ଓ ପରିବାର ଲୋକେ ଘଟଣାସ୍ଥଳକୁ ପହଞ୍ଚି ଥିବା ବେଳେ, ଭିଡକୁ ଦେଖି ଭାଲୁ ଦୁଇଟି, ଭୟରେ ସେ ସ୍ଥାନରୁ ପଳାଇ ଯାଇ ଥିବା ବେଳେ,ସଙ୍ଗେ ସଙ୍ଗେ ରାଇମାତ ଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ଉଦଳା ମେଡିକାଲରେ ଭର୍ତ୍ତି କରାଇଥିଲେ।
ଘଟଣାର ସୂଚନା ପାଇ ବନବିଭାଗ ଅଧିକାରୀ ଉଦଳା ବନ ରେଞ୍ଜ ଅଧିକାରୀ ସୁଶାନ୍ତ କୁମାର ଦେ ଘଟଣାସ୍ଥଳରେ ପହଞ୍ଚି ଭାଲୁର ଗତିବିଧି ଉପରେ କଡା ନଜର ରଖିବା ସହ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ବନବିଭାଗ ପକ୍ଷରୁ ଭାଲୁ ଚଳାଚଳ ଉପରେ ଲଗାତାର ନଜର ରଖାଯାଉଥିବା ସୂଚନା ମିଳିଛି।
କଇଁସାରୀ ବାବୁସାହି ଗ୍ରାମରେ ଭାଲୁ ଆତଙ୍କ,ଭାଲୁ ଆକ୍ରମଣ ରେ ଯୁବତୀ ଗୁରୁତର
By Charcha News












