ଉଦଳା : (ରାଜୀବ କୁମାର ବେହେରା) — ଭାଇ ହେଲା ଭଗାରୀ l ଟିକେ ଜଗା ପାଇଁ ମାନବିକତା ଭୁଲି ଏମିତି କିଛି ଘଟlଇଲା , ଏବେ ପୋଲିସ ଖୋଜୁଛି ସେଇ ସଇତାନ ଭାଇ ମାନଙ୍କୁ l ଜମିବାଡ଼ି ଲୋଭରେ ଭାଙ୍ଗିଗଲା ଭାଇ-ଭାଇ ସମ୍ପର୍କ। ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଧାନଘେରା ଗ୍ରାମରେ ଘଟିଛି ଏକ ନିର୍ମମ ଓ ମନକୁ ଆନ୍ଦୋଳିତ କରୁଥିବା ଘଟଣା। ଜମି ବାଦୀ ବିବାଦକୁ କେନ୍ଦ୍ରକରି ଦୁଇ ବଡ଼ ଭାଇ ନିଜ ସାନଭାଇ ଉପରେ ଧାରୁଆ ଅସ୍ତ୍ରରେ ମରଣାତ୍ମକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି।
ସୂଚନା ଅନୁସାରେ, ଗ୍ରାମର ରାଜେଶ ବାରିକ ଗ୍ରାମ ଛକରେ ମାଂସ ବିକ୍ରି କରୁଥିବା ସମୟରେ ପୂର୍ବରୁ ଚାଲିଥିବା ଜମି ବିବାଦକୁ ନେଇ ହଠାତ୍ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। କଥାକଟାକଟି ମାତ୍ର କିଛି ମିନିଟ୍ ମଧ୍ୟରେ ନିର୍ମମ ଆକ୍ରମଣରେ ପରିଣତ ହୋଇଥିଲା। ଜୀବନନାଶ ଉଦ୍ଦେଶ୍ୟରେ ଧାରୁଆ ଅସ୍ତ୍ର ଚଳାଇ ରାଜେଶଙ୍କୁ ଗୁରୁତର ଆହତ କରାଯାଇଥିଲା।
ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ରାଜେଶ ବାରିକଙ୍କୁ ତୁରନ୍ତ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଚିକିତ୍ସା ଜାରି ରହିଛି।
ଘଟଣା ପରେ ଅଞ୍ଚଳରେ ଭୟ ଓ ଉତ୍ତେଜନା ବୃଦ୍ଧି ପାଇ ଥିବା ବେଳେ, ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ମରଣାତ୍ମକ ଆକ୍ରମଣରେ ଜଡିତ ଅଭିଯୁକ୍ତ ଆଶିଷ ବାରିକ ଓ ଅଶ୍ୱିନ ବାରିକଙ୍କୁ ଧରିବା ପାଇଁ ପୋଲିସ ଜୋରଦାର ପ୍ରୟାସ ଚଳାଇଥିବା ବେଳେ, ଅଧିକ ତଦନ୍ତ ଜାରି ରହିଛି।
ଧାନଘେରାରେ ରକ୍ତର ଖେଳଜମି ବାଦୀକୁ ନେଇ ସାନଭାଇ ଉପରେ ମରଣାତ୍ମକ ଆକ୍ରମଣ, ଦୁଇ ବଡ଼ ଭାଇ ଫେରାର
By Charcha News












