ରାୟଗଡ଼ା/ରବିନ୍ଦ୍ର ନାଥ ମହାପାତ୍ର:-ରାୟଗଡ଼ା ଜିଲ୍ଲା ଗୁଣପୁର ମେଡ଼ିକାଲ କଲେନି ରେ ଅଭାବନୀୟ ଘଟଣା ଘଟିଛି ଜୁଇଁ ର ଠେଙ୍ଗା ମାଡ ରେ ଶଳାର ମୃତ୍ୟୁ ଘଟିଛି।ଯୁଇଁ ନାଗାନ୍ନଆପିଲି ମୁରଲୀ ବୟସ ୫୦ ଓ ଶଳା ଚୌଧୁରୀ ରମେଶ ମଧ୍ୟରେ କିଛି କଥା କୁ ନେଇ ପାଟିତୁଣ୍ଡ ହେବା ପରେ ଜୁଇଁ ଶଳାକୁ ଏକ କାଠ ଠେଙ୍ଗା ରେ ମୁଣ୍ଡ କୁ ଏକ ପାହାର ଦେବା ପରେ ଶଳା ଗୁରୁତର ହୋଇଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଗୁଣପୁର ଡାକ୍ତଖାନା କୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ
ଘଟଣା ସ୍ଥଳରେ ଗୁଣପୁର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।ଏହି ଖବର ଦିନ ୩ ଟା ରେ ଘଟିଥିବା ଅନୁମାନ କରାଯାଉଛି।ତେବେ ପାରିବାରିକ କଳହ ରୁ ଏପରି ଘଟଣା ହୋଇଥିବା ପୋଲିସ ଅନୁମାନ କରୁଛି ।
ଗୁଣପୁର ମେଡ଼ିକାଲ କଲେନୀ ରେ ଅଭାବନୀୟ ଘଟଣା,ଜୁଇଁ ର ଠେଙ୍ଗା ମାଡ଼ରେ ଶଳାର ମୃତ ,ପୋଲିସ ତଦନ୍ତ ଆରମ୍ଭ
By Charcha News












