କଣାସ/ ସୌମ୍ୟକାନ୍ତ ବେହେରା:- ପୁରୀ ଜିଲ୍ଲା କଣାସ ଥାନା ନିକଟସ୍ଥ ଗଡ଼ବଡପୁଟ ଗ୍ରାମରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଭୁଜାଲି ମାଡ଼ । ଗ୍ରାମର ମମତା ବଳବନ୍ତରାୟ ଏ ନେଇ କଣାସ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି ସକାଳ ୧୧. ୩୦ ମିନିଟ ସମୟରେ ଗ୍ରାମର କିଛି ଯୁବକମାନେ ହାତରେ ଖଣ୍ଡା, ଭୁଜାଲି, ଶାବଳ ଓ ଠେଙ୍ଗା ଧରି ମୋର ଦୁଇ ପୁଅ ଗୁଡ଼ୁ ବଳବନ୍ତରାୟ ଓ ପ୍ରବୀଣ ବଳବନ୍ତରାୟ ଆମ ବାରିପଟେ ଠିଆ ହୋଇଥିବା ବେଳେ ତାଙ୍କ ଗ୍ରାମର କିଛି ଯୁବକ ପୂର୍ବ ପରିଶ୍ରମିକ ଟଙ୍କା କୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣା ଅତି ଗୁରୁତର ହୋଇଥିଲା ଯେ ମମତା ବଳବନ୍ତରାୟ ଙ୍କ ଦୁଇ ପୁଅ ଅତି ସାଙ୍ଘାତିକ ହୋଇ ଖୋର୍ଦ୍ଧା ମେଡିକାଲ ଓ ପରେ ଭୁବନେଶ୍ୱର ଏଇମ୍ସ କୁ ସ୍ଥାନାନ୍ତର ହୋଇଥିଲେ । ଏହି ମାମଲାରେ କଣାସ ଥାନା ପକ୍ଷରୁ ୨୯/୨୦୨୬ ମାମଲା ରୁଜୁ କରାଯାଇଛି ।
ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ପେଟରେ ପୁରେଇଲେ ଭୁଜାଲି
By Charcha News











