ଉଦଳା : (ରାଜୀବ କୁମାର ବେହେରା):- ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଧୀନ ରାଢୋ ସ୍ଥିତ କେ.ଜି.ବି.ଭି. (କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ) ହଷ୍ଟେଲରୁ ଦୁଇ ଜଣ ଷଷ୍ଠ ଶ୍ରେଣୀର ଛାତ୍ରୀ ନିଖୋଜ ହୋଇଥିବା ଘଟଣା ଅଞ୍ଚଳରେ ଚରମ ଚିନ୍ତା ଓ ଆତଙ୍କ ସୃଷ୍ଟି କରିଛି।
ହଷ୍ଟେଲରେ ପ୍ରାୟ ୧୫୮ ଜଣ ଛାତ୍ରୀ ରହୁଥିବାବେଳେ ଗତକାଲିଠାରୁ ଦୁଇ ଜଣ ଛାତ୍ରୀଙ୍କ କୌଣସି ସନ୍ଧାନ ମିଳିନାହିଁ। ଘଟଣା ସମ୍ପର୍କରେ ଜାଣି ପରେ ରାତିରେ ଅଭିଭାବକମାନେ ହଷ୍ଟେଲରେ ପହଞ୍ଚିଥିଲେ ମଧ୍ୟ ଛାତ୍ରୀମାନଙ୍କ ବିଷୟରେ କୌଣସି ସ୍ପଷ୍ଟ ତଥ୍ୟ ମିଳିନଥିବା ଜଣାପଡ଼ିଛି।
ଦୀର୍ଘ ସମୟ ଧରି ଛାତ୍ରୀମାନଙ୍କ ଖୋଜ ମିଳୁନଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ହଷ୍ଟେଲର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। ଏପରି ସମ୍ବେଦନଶୀଳ ଘଟଣା ସତ୍ତ୍ୱେ ହଷ୍ଟେଲ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ ବିବୃତି ନ ଆସିବାକୁ ଦାଇତ୍ୱହୀନତା ବୋଲି ଅଭିଯୋଗ ହେଉଛି।
ଘଟଣାର ସୂଚନା ପାଇ ଉଦଳା ଏବିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ତେବେ ଛାତ୍ରୀମାନେ କେମିତି ଓ କେଉଁ ପରିସ୍ଥିତିରେ ନିଖୋଜ ହେଲେ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ।
ଏହି ଘଟଣା ହଷ୍ଟେଲର ସୁରକ୍ଷା ବ୍ୟବସ୍ଥାକୁ ପୁନଃବିଚାର କରିବାକୁ ବାଧ୍ୟ କରୁଥିବାବେଳେ, ଶୀଘ୍ର ଛାତ୍ରୀମାନଙ୍କ ସୁରକ୍ଷିତ ଫେରା ପାଇଁ ସମସ୍ତଙ୍କ ଆଶା ଓ ପ୍ରତୀକ୍ଷା ରହିଛି। ସନ୍ଧାନ କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି।
ହଷ୍ଟେଲରୁ ଦୁଇ ଛାତ୍ରୀ ନିଖୋଜ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ
By Charcha News











